ମହିଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ମାଆ
ଜଟଣୀ : ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବୀ ମା’ ଜାଗୁଳାଇ ବାସନ୍ତୀଙ୍କ ଦୁର୍ଗାପୂଜା ଓ ନବରାତ୍ର ମହୋସôବ ଉଦ୍ୟାପିତ ହୋଇଯାଇଛି । ବିଜୟାଦଶମୀରେ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ଅଗ୍ନିସ୍ଥାପନା କାରାଯାଇ ସନ୍ଧ୍ୟାରେ ପୂର୍ଣ୍ଣାହୂତି ଦିଆଯାଇଥିଲା । ମା’ ମହିଷା ମର୍ଦ୍ଦିନୀ ବେଶରେ ଦର୍ଶନ ଦେଇଥିଲେ । ପରେ ସାମୂହିକ ପ୍ରସାଦ ସେବନ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା । ଆଖପାଖ ଅଞ୍ଚକର ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ । ମନ୍ଦିର ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା ବର୍ଷତମାମ ମା’ଙ୍କ ପୂଜାପାଠରେ ନିୟୋଜିତ ରହୁଥିବା ବେଳେ ପରିଚାଳନା କମିଟିର ସଭାପତି ରାଧାମୋହନ ପଟ୍ଟନାୟକ, ସମ୍ପାଦକ ଏଲଡି ମହାନ୍ତି, ଅଶୋକ ଦାସ, ପବିତ୍ର ମୋହନ ରଣସିଂହ, ପୂର୍ଣଚନ୍ଦ୍ର ସାହାଣୀ, ବିନୋଦ ଦାସ, ରାମଚନ୍ଦ୍ର ସାହୁ, ଜିତେନ୍ଦ୍ର ଜେନା, ଶଶିକାନ୍ତ ମହାପାତ୍ର, ସୁନୀଲ ମହାନ୍ତି, ସତୀଶ ପରିଡା, ଚର୍ଚ୍ଚିଲ ଦାସ, ସରୋଜ ପାଇକରାୟ, ନିତ୍ୟସେବକ ବିକାଶ ବେହେରା, ଆଡ଼ଭୋକେଟ୍ ସୁରେଶ ଚନ୍ଦ୍ର ମିଶ୍୍ର, ଦିପୁ ପାଲ, ବିବେକ ଦଳେଇ, କୃର୍ତ୍ତିବାସ ପୃଷ୍ଟି, ଜଗନ୍ନାଥ ବାରିକଙ୍କ ସମେତ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।