ବିରୂପା ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି
ସାଲେପୁର: ୧୩ତମ ବିରୂପା ମହୋତ୍ସବ ୨୦୨୫ର ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପାଗାସ୍ଥିତ ସୁହାନୀ ମଣ୍ଡପ ଠାରେ କମିଟିର ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ତଥା ଚଳଚ୍ଚିତ୍ର ପ୍ରଯୋଜକ ଦିଲ୍ଲୀପ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ୫ଦିନ ଧରି ବିରୂପା ମହୋତ୍ସବ ଏପ୍ରିଲ ୨୪ତାରିଖ ଠାରୁ ୨୮ତାରିଖ ପର୍ଯ୍ୟନ୍ତ ଗୋପୀନାଥପୁର ଠାରେ ଅନୁଷ୍ଠିତ ହେବ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଅଭିନେତା ଅଭିନେତ୍ରୀ ତଥା ବିଭିନ୍ନ ସାଂସ୍କୃତିକ ଗ୍ରୁପ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବାର ବ୍ୟବସ୍ଥା କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ମହୋତ୍ସବର ବ୍ରୋଚରକୁ ଆନୁଷ୍ଠାନିକ ଭାବରେ ଉନ୍ମୋଚତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିକଳାନନ୍ଦ କର ଟ୍ରଷ୍ଟର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଶାନ୍ତ କୁମାର କର ,ସୁରେଶ କୁମାର ରାଉତ, ଅଜୟ କୁମାର ଲେଙ୍କା, ବିଶ୍ୱରଂଜନ ସାହୁ, ପ୍ରଶାନ୍ତ କୁମାର ଭୂୟାଁ, ରମେଶ କୁମାର ଲେଙ୍କା, ବନମାଳି ପ୍ରଧାନ, ଜ୍ୟୋତିରଂଜନ ରାଉତ, ଦେବେନ୍ଦ୍ର ନାଥ ସାହୁ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।