ଦୁଇ ପରିବାରରୁ ସୁନା ଗହଣା ଓ ଟଙ୍କା ଲୁଟ
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଲେଖନପୁର ଗାଁରୁ ଗତକାଲି ରାତିରେ ଦୁଇ ପରିବାରରୁ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ସମେତ ନଗଦ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ଗାଁର ଗୋବର୍ଦ୍ଧନ ପଟ୍ଟନାୟକ ପରିବାର ଲୋକେ ଖାଇପିଇ ସାରି ଲୋ ଭୋଲଟେଜ ଏବଂ ଅସହ୍ୟ ଗୁଳିଗୁଳି ପାଇଁ ଘର ବାହାରେ ଶୋଇଥିଲେ । ରାତି ପ୍ରାୟ ୩ଟା ସମୟରେ ଦୁର୍ବୃତ୍ତମାନେ ଝରକା କାଟି ଘରେ ପଶି ଗଡ଼ରେଜ ଆଲମିରା ଭାଙ୍ଗି ସେଥିରେ ଥିବା ହାର, ଚେନ,କାନଫୁଲ, ଝରା,ମୁଦି, ପାଉଁଜି ସହ ନଗଦ ୧୨ହଜାର ଟଙ୍କା ଲୁଟି ନେଇ ଫେରାର ମାରିଛନ୍ତି ।ରାତି ପାହିବା ପରେ ପରିବାର ଲୋକେ ଜାଣିଥିଲେ ।ସେହିପରି ଗାଁରେ ଅନ୍ୟ ପରିବାର ଭବାନି ଦାସ ଜରୁରୀ କାମ ନେଇ ଭୁବନେଶ୍ୱର ଯାଇଥିଲେ । ଘରେ ନଥିବାର ସୁଯୋଗ ନେଇ ଘର କବାଟ ଭାଙ୍ଗି ଘରୁ ଲୁଟ ହୋଇଥିଲା । ପଡୋଶୀଙ୍କ ଠାରୁ ଫୋନ ପାଇ ଭବାନୀ ଗାଁକୁ ଆସି ଦେଖିଥିଲେ ତାଙ୍କ ଘରେ ଥିବା ସୁନା ଚେନ, ବ୍ରେସଲେଟ, ମୁଦି, କାନଫୁଲ, ପାଉଁଜି ଆଦି ଲୁଟି ନେଇଛନ୍ତି । ଗୋବର୍ଦ୍ଧନଙ୍କ ଅଭିଯୋଗ କ୍ରମେ ବାଘମାରୀ ପୁଲିସ ୯୬/୨୫ରେ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।