ମକର ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

 ସମ୍ବଲପୁର: ବାମରା ଶ୍ରୀ ଜଗନ୍ନାଥ ମନ୍ଦିର କୀର୍ତ୍ତନ ମଣ୍ଡପ ରେ ବାମରା ମକର ମହୋସôବ ୨୦୨୪ ର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟବ୍ୟୟ ହିସାବ ଦେବା ସହ ନୂତନ କମିଟି ଗଠନ ପାଇଁ ବୈଠକ ଆହୁତ ହୋଇଥିଲା । ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ରାଜ ଗତବର୍ଷର ବିବରଣୀ ପଠନ କରିଥିବା ବେଳେ କୋଷାଧ୍ୟକ୍ଷ ଗିରିନ୍ଦ୍ର ଅଗ୍ରୱାଲ ଆୟବ୍ୟୟର ରୂପରେଖ ପ୍ରସ୍ତୁତ କରିଥିଲେ । ଗତ ବର୍ଷ ମେଳାର ବିଭିନ୍ନ ସ୍ୱରୋତରୁ ୫୨ ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ମେଳା ଆୟୋଜନ ବାବଦକୁ ଖର୍ଚ୍ଚ ତଥା ମନ୍ଦିରର ପାରିପାର୍ଶ୍ୱିକ ବିକାଶ ପାଇଁ ପ୍ରାୟ ୪୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ସୂଚନା ଦେଇଥିଲେ । ବଳକା ଟଙ୍କା ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ପ୍ରଦାନ କରାଯାଇଥିବା ନେଇ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମିଶ୍ର ସୂଚନା ଦେଇଥିଲେ । ଉପସ୍ଥିତ ଗ୍ରାମବାସ ଏନେଇ ନିଜ ନିଜ ମତ ଉପସ୍ଥାପନ କରିଥିଲେ ।