ବଡ଼ସାହିରେ କିଏ ମାରିବ ବାଜି?


ବଡ଼ସାହିରୁ ଅମିୟ ବଳ  :
ମାତ୍ର ଆଉ କେଇଟା ଦିନ ପରେ ଅନ୍ତିମ  ପର୍ଯ୍ୟାୟ ନିର୍ବାଚନ । ସମସ୍ତ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ ନିଜନିଜ ଯୋଜନା ତଥା ଦମ୍ ଅନୁସାରେ ଭୋଟ ଭିକ୍ଷା କରୁଥିବା ଦେଖାଯାଉଛି । ବଡ଼ସାହି ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କୁ ମିଶାଇ ମୋଟ ୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ମାତ୍ର ପ୍ରମୁଖ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଗଲାଣି ।
ଗତ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପିର ସନାତନ ବିଜୁଳି ଚଳିତ ଥର ମଧ୍ୟ ପ୍ରତିଦ୍ୱନ୍ଦିତା କରିଛନ୍ତି । ସେ ନିଜର ସ୍ୱଚ୍ଛ ଭାବମୂର୍ତ୍ତିକୁ ନେଇ ମୋଦି ଗ୍ୟାରେଣ୍ଟି ସହ ଭୋଟରଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଥିବା ବେଳେ ପରିବର୍ତ୍ତନ ନାରା ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ଦଳ ବିଜୟୀ ହେବା ନେଇ ଅଧିକ ଉସôାହିତ କରୁଥିବା ଦେଖାଯାଉଛି । ଅନ୍ୟପକ୍ଷରେ ଶାସକ ବିଜୁ ଜନତା ଦଳ ମହିଳା କାର୍ଡ ଖେଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଆଧାର କରି  ଅନୁସୂୟା ପାତ୍ରଙ୍କୁ ପ୍ରାର୍ଥୀ କରିଛି । ସେ ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ରଙ୍କ ଧର୍ମ ପନôୀ ଅଟନ୍ତି । ପୂର୍ବତନ ବିଧାୟକ ଜଣେ ଦକ୍ଷ ନେତା ତଥା ସୁସଂଗଠକ ଭାବେ ବିଜେଡିକୁ ସଂଗଠିତ କରି ରଖିଥିବାରୁ ଅଧିକ ଜନମତ ଦଳୀୟ ପ୍ରାର୍ଥୀ ସପକ୍ଷରେ ଯିବା ଦଳ ଏକ ପ୍ରକାର ଦୃଢ଼ ନିଶ୍ଚିତ । ମାତ୍ର ତାଙ୍କ ପ୍ରତି ଦଳର ପୁରୁଖା ନେତା ସମେତ ଗୋଟିଏ ଗୋଷ୍ଠୀ ବିରୋଧ ଜାରି ରଖିଥିବାରୁ ଅନ୍ତର୍ଘାତୀ ଆଶଙ୍କା ଘାରିଛି । ତଥାପି ଏହାକୁ ପ୍ରଶମିତ କରିବା ପାଇଁ ଦଳୀୟ ଉପରିସ୍ଥ କର୍ମକର୍ତ୍ତା ବିଭିନ୍ନ କୌଶଳ ଅବଲମ୍ବନ କରି ପ୍ରାଣମୂଚ୍ଛା ଉଦ୍ୟମ ଚଳାଉଥିବା ଦେଖାଯାଉଛି । ତେବେ କଂଗ୍ରେସ ଦଳ ପକ୍ଷରୁ ଦୀର୍ଘବର୍ଷ ଧରି ଦଳକୁ ଜୀବନ୍ୟାସ ଦେଇ ବଞ୍ଚାଇ ରଖିଥିବା ପ୍ରମୁଖ ଦାବିଦାର କ୍ଷୀରୋଦ ଚନ୍ଦ୍ର ପାତ୍ର ଦଳୀୟ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ୁଛନ୍ତି । କଂଗ୍ରେସ ଯଦ୍ୟପୀ ଅନ୍ୟ ଦୁଇ ପ୍ରତିଦ୍ୱନ୍ଦୀ ଦଳ ଠାରୁ ପଛୁଆ ରହିଛି, ତଥାପି ଉଭୟ ବିଜେଡି ଓ ବିଜେପିରେ ସାମିଲ ଥିବା କେତେକ ଅସନ୍ତୁଷ୍ଟ କର୍ମୀ ଓ କର୍ମକର୍ତ୍ତା ଭିତ୍ତିରି କଂଗ୍ରେସକୁ ସମର୍ଥନ ଦେବା ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାକୁ ବିଶ୍ୱାସ ରଖି କଂଗ୍ରେସ ନିର୍ବାଚନ ବୈତରଣୀ ପାରି ହେବ ବୋଲି ଆଶାବାଦୀ ହୋଇ ରହିଛି । ମାତ୍ର ଏଠାରେ ଉଲ୍ଲେଖ କରାଯାଇ ପାରେ ବିରୋଧୀ ଯେତେ ଲାଗିଲେ ମଧ୍ୟ ରାଜ୍ୟରେ ପୁଣି ନବୀନ ସରକାର ଗଢିବେ । ତେଣୁ ବିଭିନ୍ନ ପଦବୀରେ ରହି କ୍ଷମତା ହାସଲ କରିଥିବା ନେତା ଦଳ ପ୍ରତି ବିଶ୍ୱାସ ଘାତକତା କରିବେ ନାହିଁ । ତଥାପି ଦଳୀୟ ଅନ୍ତର୍ଘାତୀ ବିଜେଡିକୁ ଅଡ଼ୁଆରେ ପକାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ