ପ୍ରଚାର ମଇଦାନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ
ସାଲେପୁରରୁ ସୁଜିତ ଭୂୟାଁ : ସାଧାରଣ ନିର୍ବାଚନକୁ ୧ମାସରୁ ଉଦ୍ଧ୍ୱର୍ ସମୟ ବାକି ରହିଛି । ସାଲେପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଓ କଂଗ୍ରେସ ଦଳ ନିଜର ବିଧାୟକ ପ୍ରାର୍ଥୀ ଘୋଷଣା କରିଥିବାବେଳ ଅଦ୍ୟାବଧି ବିଜେପି ତା’ର ବିଧାୟକ ପ୍ରାର୍ଥୀ ନାମ ପ୍ରକାଶ କରିନାହିଁ । ଯାହାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା ଟିକେଟ୍ ପାଇବାପରେ ଘର ଘର ବୁଲି ନିଜର ସଂଗଠନକୁ ସୁଦୃଢ଼ କରିବା ସହ ନିଜର ପ୍ରଚାର ଜୋରଦାର ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ସେହିପରି କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । କଂଗ୍ରେସ ଦଳ ପକ୍ଷରୁ ଇଂ. ଆକୁ୍ୟବ୍ ଖାଁଙ୍କୁ ଦଳ ପ୍ରାର୍ଥୀ କରିଥିବାବେଳେ ଆକୁ୍ୟବ୍ ଖାଁ ହଠାତ୍ ସକ୍ରିୟ ହୋଇ ଉଠିଛନ୍ତି । ସାଲେପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଗସ୍ତ କରି ପୁରୁଣା କଂଗ୍ରେସ କର୍ମୀମାନଙ୍କୁ ଏକତ୍ରିତ କରିବା ସହ ବିଜେପି ସଂଗଠନ ଛାଡି ବିଜେଡିରେ ମିଶି ବାରବାଟୀ କଟକ ନିର୍ବାଚନ ମଣ୍ଡଳୀକୁ ଯାଇଥିବା ପ୍ରକାଶ ବେହେରା କର୍ମୀମାନଙ୍କୁ ଏବେ ଫୋକସରେ ରଖି କଂଗ୍ରେସ ସଂଗଠନରେ ସାମିଲ କରିବାପାଇଁ ଇଂ.ଆକୁ୍ୟବ୍ ଖାଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଥିଲାବେଳେ ସେଥି ମଧ୍ୟରୁ କେତେକାଂଶରେ ସଫଳ ହୋଇଥିବା ଦେଖିବାକୁ ମିଳିଛି । ଗତ ୨୦୧୯ ନିର୍ବାଚନରେ କଂଗ୍ରେସ ସାଲେପୁର ନିର୍ବାଚନ ମଣ୍ଡଳୀରୁ ମାତ୍ର ୫ହଜାରରୁ ସାମାନ୍ୟ ଅଧିକ ଭୋଟ୍ ପାଇଥିବାବେଳେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ଇଂଆକୁ୍ୟବ୍ ଖାଁ ସାଲେପୁର କଂଗ୍ରେସର ନେତୃତ୍ୱ ନେବାପରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ସହ କଂଗ୍ରେସର ଭୋଟ ପରିମାଣ ୧୭ହଜାରରୁ ଊଦ୍ଧ୍ୱର୍ ବଢ଼ାଇଥିଲେ । ଚଳିତ ସାଧାରଣ ନିର୍ବାଚନରେ ସେ ନିଜେ ପ୍ରାର୍ଥୀ ହୋଇଥିବାରୁ ସାଲେପୁର ଅଞ୍ଚଳରେ କଂଗ୍ରେସ ସଂଗଠନକୁ ଆହୁରି ସୁଦୃଢ଼ କରିବା ସହିତ ସାଲେପୁରର ମୁଖ୍ୟ ସମସ୍ୟା ଜଳସେଚନ, ଶୀତଳ ଭଣ୍ଡାର ଓ ବେକାରୀ, ପାନୀୟଜଳ ସମସ୍ୟାକୁ ଆଧାର କରି ଭୋଟରମାନଙ୍କ ନିକଟରେ ପହଞ୍ଚôବା ସହିତ ସାଲେପୁର ବ୍ଲକ୍ର ସରକାରୀ ଅର୍ଥ ଆତ୍ମସାତ୍ କରାଯାଇଥିବା ନେଇ ସେ ମୁଖ୍ୟ ପ୍ରସଙ୍ଗ କରି ସେ ଲୋକମାନଙ୍କ ନିକଟରେ ପହଞ୍ଚôଛନ୍ତି ।
ଅପରପକ୍ଷରେ ଗତ ୨୦୧୯ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରାୟ ୩୧ହଜାରରୁ ଊଦ୍ଧ୍ୱର୍ ଭୋଟରେ ବିଜୟୀ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇ ସାଲେପୁର ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ନିର୍ମଳ ଭାବମୂର୍ତ୍ତି, ଦରଦୀ ବନ୍ଧୁ ଭାବେ ସବୁବେଳେ ଓ ସବୁ ସମୟରେ ଲୋକମାନଙ୍କ ନିକଟରେ ପହଞ୍ଚô, ସେମାନଙ୍କ ସୁଖ ଦୁଃଖରେ ସାଥୀ ହେବା ସହ ଲୋକମାନଙ୍କ ସମସ୍ୟାକୁ ସମାଧାନ କରିଥାନ୍ତି । ତେଣୁ ସେ ଏହାକୁ ଆଧାର କରି ଚଳିତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଅପର ପକ୍ଷରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀମାନେ ନିଜ ନିଜର ପ୍ରଚାର ଆରମ୍ଭ କରିଥିବାବେଳେ ବିଜେପି କିନ୍ତୁ ସାଲେପୁର ନିର୍ବାଚନ ମଣ୍ଡଳୀରେ ବହୁ ପଛରେ ରହିଯାଇଛି । ଅଦ୍ୟାବଧି ବିଜେପି ନିଜର ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିବାରୁ ଏଠାରୁ କିଏ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ଜଣାପଡିନାହିଁ । ଫଳରେ ବିଜେପି କର୍ମୀମାନେ ବିଧାୟକ ପ୍ରାର୍ଥୀକୁ ନେଇ ଏକ ପ୍ରକାର ଦ୍ୱନ୍ଦରେ ରହିଛନ୍ତି । ଅପର ପକ୍ଷରେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଉଭୟ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବାବେଳେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ତ୍ରୀମୁଖୀ ପ୍ରତିଦ୍ୱନ୍ଦିତା ହେଉଅଛି । ଏଠାରୁ ବିଜେପି ପକ୍ଷରୁ ପୁନର୍ବାର ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରାର୍ଥୀ ହୋଇଥିବାବେଳେ ବିଜେଡି କଂଗ୍ରେସ ଦଳ ଛାଡି ବିଜେଡିରେ ମିଶିଥିବା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ସାଂସଦ ପ୍ରାର୍ଥୀ ଭାବେ ମୈଦାନକୁ ଉତ୍ତୀର୍ଣ୍ଣ କରିଛି । ସେହିପରି କଂଗ୍ରେସ ଜଣେ ଯୁବ ଇଂଜିନିୟର ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ଏଠାରୁ ପ୍ରାର୍ଥୀ କରିଛି । ତେଣୁ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି ।