ମନମୋହନ ପୁଣି ସଭାପତି 

ମନମୋହନ ପୁଣି ସଭାପତି 

ପୁଣି ରାଜ୍ୟ ବିଜେପି ସଭାପତି ହେଲେ ମନମୋହନ ସାମଲ । ଏକମାତ୍ର ପ୍ରାର୍ଥୀ ଭାବେ ମନମୋହନ ନାମାଙ୍କନ ଭରିଥିଲେ  । ନିର୍ଦ୍ଧାରିତ ସମୟ ମଧ୍ୟରେ ଅନ୍ୟ କେହି ନାମାଙ୍କନ ଦାଖଲ ନ କରିବାରୁ ଏକମାତ୍ର ପ୍ରାର୍ଥୀ ଭାବେ ମନମୋହନ ସାମଲ ରାଜ୍ୟ ସଭାପତି ସ୍ପଷ୍ଟ ହୋଇଛି । ବିଦ୍ଧିବଦ୍ଧ ଘୋଷଣା ହିଁ ବାକି ରହିଛି । ମନମୋହନଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ସରକାର ଗଢ଼ିବାରେ ସଫଳ ହୋଇଥିଲା ।