ଆବର୍ଜନାମୟ ହାଟ, ଅତିଷ୍ଠ ଖାଉଟି

 ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ନିଶ୍ଚିନ୍ତକୋଇଲି ଠାରେ ଥିବା ସର୍ବପୁରାତନ ହାଟଟି ଏବେ ଆବର୍ଜନାମୟ ପରିବେଶରେ ରହିଛି । ହାଟର ପରିସରରେ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ଅଳିଆ ଆବର୍ଜନା ଏବଂ ପଚା ପନିପରିବା ଆଦି ପଡି ରହିବା ଦ୍ୱାରା ଉପଯୁକ୍ତ ଭାବେ ସଫେଇ ନ ହେବା କାରଣରୁ ପ୍ରତ୍ୟେହ ହାଟରୁ ଉକ୍ରଟ ପଚା ଗନ୍ଧ ବାହାରୁଛି । ଏହି ପଚା ଗନ୍ଧ ପାଇଁ ଖାଉଟି, ବ୍ୟବସାୟୀ ଏବଂ ସାଧାରଣ ଲୋକମାନେ ଅତିଷ୍ଠ ହୋଇପଡିଛନ୍ତି । ସେହିପରି ଏବେ ବର୍ଷା ଦିନଥିବାରୁ ବର୍ଷା ପାଣି ହାଟ ପରିସରରେ ଥିବା ହନୁମାନ ମନ୍ଦିର, ତାରିଣୀ ମନ୍ଦିର, ରାମ ମନ୍ଦିର ପାଶ୍ୱର୍ବର୍ତ୍ତୀ ସ୍ଥାନରେ ଜମି ରହୁଛି । ହାଟର ପରିବେଶ ଏପରି ଦୁସ୍ଥ ଅବସ୍ଥାରେ ଥିବା ବେଳେ ପ୍ରଶାସନିକ ସକରାତ୍ମକ ଦୃଷ୍ଟି ନ ପଡିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ବର୍ତ୍ତମାନର ସମୟରେ ଝାଡାବାନ୍ତି ଭଳି ସଂକ୍ରାମକ ରୋଗ ସମସ୍ୟା ଦେଖାଦେଇଥିବା ବେଳେ ଏହା ପରିସ୍ଥିତିକୁ ଆଗାମୀ ଦିନରେ ଆହୁରି ସଂକଟମୟ କରିଦେବ । ତେଣୁ ଏଥିପ୍ରତି ପ୍ରଶାସନ, କଟକ ଜିଲ୍ଲାପାଳ, ବିଧାୟକ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।