ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଅଟକ

ନୀଳଗିରି: ଏକ ବର୍ଷ ପୂର୍ବରୁ ମୋବାଇଲରୁ ଆରମ୍ଭ ହୋଇଥିଲା ଭଲ ପାଇବା । ପରସ୍ପରକୁ ଏତେ ଭଲ ପାଇଲେ ଯେ ଶେଷରେ ବାଲେଶ୍ୱର ନୋଟାରିରେ ବିବାହ କରିଥିଲେ । ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନିବିଡ଼ ହୋଇଗଲା । ସୂଚନା ଅନୁସାରେ, ଯୁବକ ଜଣକ ପରିବାରର ସହମତିରେ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିବାର ପ୍ରତିଶ୍ରୁତି ଯୁବତୀକୁ ଦେଇଆସୁଥିଲା । ଯୁବକ କଥାକୁ ବିଶ୍ୱାସ କରି ଯୁବତୀ ଜଣକ ନିଜକୁ ସମର୍ପଣ କରିଦେଇଥିଲା ଯୁବକ ନିକଟରେ । ଏପରିକି ବିଭିନ୍ନ ହୋଟେଲରେ ଉଭୟ ରାତ୍ରି ଜାପନ କରିଥିଲେ । ମାତ୍ର ଚଳିତ ବର୍ଷ ନଭେମ୍ବର ମାସରେ ଯୁବତୀକୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଉକ୍ତ ମାସ ପରେ ସିଧା ସଳଖ ବିବାହ କରିବନି ବୋଲି ଯୁବତୀକୁ ମନା କରିଦେଥିଲା ଯୁବକ । ଯୁବକ ଜଣକ ବ୍ରାହ୍ମଣ ପରିବାରରେ ହୋଇଥିବା ବେଳେ ଯୁବତୀ ଜଣକ ଖଣ୍ଡାୟତ ପରିବାର । ଯୁବକର ପରିବାର ଏହି ବିବାହକୁ ସିକୃତି ଦେଲେ ନାହିଁ । ସୂଚନା ଅନୁସାରେ ନୀଳଗିରି ଥାନା ଅନ୍ତର୍ଗତ ତିନିଦେଶ ଗ୍ରାମର ରାଧାକୃଷ୍ଣ ପଣ୍ଡାଙ୍କ ପୁଅ ଆଲୋକ ନୀଳଗିରି ଅଞ୍ଚଳର ଏକ ଯୁବତୀକୁ ଭଲ ପାଇଁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା । ଏନେଇ ଯୁବତୀ ଜଣକ ଶନିବାର ଦିନ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୁଲିସ ଯୁବକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି । ଏଥିନେଇ ନୀଳଗିରି ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ପ୍ରକାଶ ।