ନବୀନଙ୍କ ଆଶୁ ଆରୋଗ୍ୟ ପାଇଁ ଦୀପଦାନ

 ନୀଳଗିରି :  ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ସର୍ଭାଇକାଲ ଅର୍ଥାଇଟିସ୍ରେ ପୀଡ଼ିତ ଅଛନ୍ତି । ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ଏହାର ସଫଳ ଅସ୍ତ୍ରୋପଚାର ପାଇଁ ଗତ ଶୁକ୍ରବାର ମୁମ୍ବାଇ ଯାଇଛନ୍ତି । ୨୨ତାରିଖ ମୁମ୍ବାଇର କୋକିଳାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଅସ୍ତ୍ରୋପଚାର ହେବ । ଏଣୁ ସମଗ୍ର ରାଜ୍ୟରେ ତାଙ୍କର ଆଶୁଆରୋଗ୍ୟ କାମନା କରାଯାଇଥିବାବେଳେ ନୀଳଗିରି ବିଜେଡ଼ି ପକ୍ଷରୁ ମା ଭୂଦାରଚଣ୍ଡୀଙ୍କ ଠାରେ ପୂଜାର୍ଚ୍ଚନା କରି  ସମୂହ ଦୀପଦାନ କରାଯାଇଥିଲା । ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ବରିଷ୍ଠ ବିଜେଡି ନେତା ଗଙ୍ଗାଧର ମିଶ୍ର, ରାଜୀବ ଦାସ ବାବୁ, ଉପେନ୍ଦ୍ର ଦାସ, ଉପେନ୍ଦ୍ର ନାୟକ, ନାରାୟଣ ବେହେରା, ସୁରଥ ସିଂ, ଶ୍ରୀନିବାସ ବାଗ, ରାଜେଶ ନାୟକ , ଶାନ୍ତିଲତା ବିଶ୍ୱାଳ, ବାସନ୍ତୀ ହେମ୍ରମ, ସଞ୍ଜୟ ସିଂ, ସତ୍ୟ ବାରିକ, ଅନ୍ତର୍ଯ୍ୟାମୀ ବୁଗୁଡ଼ାଇ ,  ସାବିତ୍ରୀ ସିଂ , ବସନ୍ତ ସିଂ, ସୁବର୍ଣ୍ଣ ମଞ୍ଜରୀ ସିଂ, ପ୍ରଭାକର ବୁଗୁଡାଇ,  ନମା ସିଂ, ଜୟନ୍ତ ପୁଟି, ଆସୋକାସିନୀ ନାୟକ, ଚନ୍ଦ୍ରାଣୀ ମୁର୍ମୁ, ରଶ୍ମିତା ମହାପାତ୍ର, ରାମକୃଷ୍ଣ ମହାପାତ୍ର, ରମାକାନ୍ତ ମହାଳିକ, ଗଙ୍ଗାଧର ବିଶ୍ୱାଳ, ଅହଲ୍ୟା ନାୟକ, ବିଦୁ୍ୟତପ୍ରଭା ପାତ୍ର, ଭାସ୍କର ଚନ୍ଦ୍ର ମିଶ୍ର ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।