ବିଶ୍ୱ ନିମୋନିଆ ଦିବସ ପାଳିତ     

ବିଶ୍ୱ ନିମୋନିଆ ଦିବସ ପାଳିତ     

ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ଠାରେ ବିଶ୍ୱ ନିମୋନିଆ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡା ଗୋପୀନାଥ ପରିଡା ଯୋଗ ଦେଇ ନିମୋନିଆ ଦ୍ୱାରା ଫୁସଫୁସ ସଂକ୍ରମଣ ହୋଇଥାଏ । ନିମୋନିଅର ଲକ୍ଷଣ ଓ ରକ୍ଷା ପାଇବାର ପଦ୍ଧତି ଗୁଡିକ ଆଲୋଚନା କରିଥିଲେ । ଏହି ଅବସରରେ ନିମୋନିଆ ସମ୍ପର୍କରେ ଏକ ପରାମର୍ଶ କେନ୍ଦ୍ର ଓ ସଚେତନତା ପୋଷ୍ଟରର ଉଦ୍ଘାଟନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡା. ପରେଶ ଚନ୍ଦ୍ର ନନ୍ଦୀ, ଡା ସଂଜୀବ ପ୍ରଧାନ, ଡିପିଏମ ଅନିଲ ମହାନ୍ତି, ସୂର୍ଯ୍ୟଜିତ ରାୟ ଓ ରମଣୀ କାନ୍ତ ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ ।