ବାତ୍ୟା: କଳାବଜାରୀଙ୍କୁ ସାବଧାନ କଲେ ମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରରୁ ମାଡ଼ି ଆସୁଛି ବାତ୍ୟା 'ଦାନା' । ଏଣେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆରମ୍ଭ ହୋଇଛି ଆଗୁଆ ପ୍ରସ୍ତୁତି । ବାତ୍ୟା ସମୟରେ କଳାବଜାରୀ ଆଶଙ୍କା ଥିବାବେଳେ ଏହାକୁ ନେଇ ସତର୍କବାଣୀ ଶୁଣାଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ କଳାବଜାରୀ ହେବାର ଆଶଙ୍କା ରହିଛି । ଏହାକୁ ନେଇ କଳାବଜାରୀଙ୍କୁ ସତର୍କ ବାଣୀ ଶୁଣାଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସରକାର କଳାବଜାରକୁ ବରଦାସ୍ତ କରିବେ ନାହିଁ । ଷ୍ଟକ ପଏଣ୍ଟ ଗୁଡିକରେ ଯାଞ୍ଚ ହେବା ସହ ଚଢ଼ାଉ ମଧ୍ୟ କରିବ ବିଭାଗ । କଳାବଜାରୀ ସହ ସମ୍ପୃକ୍ତି ଥିଲେ କର୍ୟ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବିଶେଷ ଭାବରେ ପ୍ରାକୃତିତ ଦୁର୍ବିପାକ ସମୟରେ ଷ୍ଟକ ପଏଣ୍ଟରେ ଅତ୍ୟାବଶ୍ୟକ ଖାଇବା ସାମଗ୍ରୀକୁ ନେଇ କିଛି ବ୍ୟବସାୟୀ କଳାବଜାରୀ କରିଥାନ୍ତି । ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚରମବାଣୀ ଶୁଣାଇଛନ୍ତି ମନ୍ତ୍ରୀ ।