ଶିଶୁ ବାଟିକା ପିଲାଙ୍କୁ ମାଗଣାରେ ମିଳିବ ୟୁନିଫର୍ମ, ଜୋତା, ମୋଜା, ଟି-ସାର୍ଟ
ଭୁବନେଶ୍ୱର: ଶିଶୁ ବାଟିକା ପିଲାମାନଙ୍କୁ ଉପହାର ମିଳିବ। ୟୁନିଫର୍ମ, ଜୋତା, ମୋଜା, ଟି-ସାର୍ଟ ମାଗଣରେ ମିଳିବ। ଏଥିସହ ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର ମିଳିବ। ମାଗଣାରେ ୩,୧୦,୮୩୯ ପିଲାଙ୍କୁ ଦିଆଯିବ। ପ୍ରତି ପିଲାଙ୍କ ପାଇଁ ଏକହଜାର ପାଣ୍ଠି ଆବଶ୍ୟକ। ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗକୁ ଓସେପାର ଚିଠି ଆସିଛି।