ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ

ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ଆଉ ଦୁଇଦିନ ମଧ୍ୟରେ ପିଲାଙ୍କର ଖାତାଦେଖା ସରିଯିବ । ‘ଏଆଇ’ ଓ କୁ୍ୟଆର୍ କୋର୍ଡ ଦ୍ୱାରା ପରୀକ୍ଷା ପରିଚାଳନା ସଫଳ ହୋଇଥିବାବେଳେ ବିଜ୍ଞାନ ପ୍ରଶ୍ନପତ୍ରରେ ୪ମାର୍କ କମ୍ ନେଇ କୌଣସି ଅସୁବିଧା ହେବ ନାହିଁ ବୋଲି ମତ ରଖିଛନ୍ତି ବୋର୍ଡ ସଭାପତି । ଏହାଛଡା ଗ୍ରେସ୍ ମାର୍କ ସମ୍ପର୍କରେ ବି ପରିଚାଳନା କମିଟି ସଠିକ୍ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ସେ ସୂଚନା ଦେଇଛନ୍ତି ।