କରେଣ୍ଟ ଲାଗି ହାତୀ ମୃତ


ଭୁବନେଶ୍ୱର:  ସମ୍ବଲପୁର ରେଢ଼ାଖୋଲ ଫରେଷ୍ଟ  ଡିଭିଜନର ନାକଟିଦେଉଳ ଅଞ୍ଚଳର ସରପାଲି ଗାଁରେ ଏକ ବ୍ୟକ୍ତିଙ୍କ ହୁକ ପକା ଘଟଣା ଯୋଗୁ ଆଜି ସକାଳେ ଗୋଟିଏ ୫ ବର୍ଷର ମାଈ ହାତୀର ମୃତୁ୍ୟ ହୋଇଛି  । ଏ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏ ଘଟଣାରେ ସଂପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ା ଯିବନାହିଁ ଓ କଠୋର ଦଣ୍ଡ ବିଧାନ କରାଯିବ ବୋଲି କହିଛନ୍ତି  । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ଏ ଘଟଣାର ତଦନ୍ତ ପାଇଁ ମୁଖ୍ୟ ବନ ସଂରକ୍ଷକ ମନୋଜ ନାୟାରଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱରରୁ ନାକଟି ଦେଉଳ ଅଭିମୁଖେ ଗସ୍ତ କରିଛନ୍ତି  । ଏହି ଘଟଣାରେ ସଂପୃକ୍ତ ଅଞ୍ଚଳର ଉଚ୍ଚ ପଦସ୍ଥ ବନ ବିଭାଗ ଅଧିକାରୀ ଓ ବିଦୁ୍ୟତ୍ ବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରୁଛନ୍ତି  ।