ମହଙ୍ଗା ମାଡରୁ ବାଦ୍ ପଡୁନି ଔଷଧ!
ାା ପ୍ରଭାନୁ୍ୟଜ ।ା ତାଳଚେର: କଳାହୀରା ସହର ତାଳଚେରରେ ଏବେ ଚାଲିଛି ମହଙ୍ଗାମାଡ଼ । ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ଖାଉଟି ସାମଗ୍ରୀର ଆହେତୁକ ଦର ସମେତ ଏବେ ପଦାକୁ ଆସିଛି ଔଷଧ । ସାଧାରଣତଃ ମଣିଷ ବଂଚିବାକୁ ହେଲେ ଖାଦ୍ୟ ଏବଂ ଔଷଧର ନିତ୍ୟାନ୍ତ ଆବଶ୍ୟକତା ରହିଛି । ଲୋକେ ଏପଟେ ପନିପରିବା ଜ୍ୱାଳାରେ ଛଟପଟ ହେଉଥିବା ବେଳେ ଏବେ ଘାରିଛି ଔଷଧ ଚିନ୍ତା । ସାଧାରଣତଃ କହିବାକୁ ଗଲେ କଳହୀରା ସହର ତାଳଚେରରେ ବର୍ଷ ତମାମ୍ କୋଇଲା ଗୁଣ୍ଡ, ଧୂଳିଧୂଅାଁ ଖାଇ ଅଂଚଳବାସୀଙ୍କୁ ବିଭିନ୍ନ ପ୍ରକାର ରୋଗ ଗ୍ରାସ କରୁଛି ବୋଲି ଅନେକ ସମୟରେ ଅଭିଯୋଗ ହୋଇଥାଏ । କଫ, ଶ୍ୱାସ, ଗ୍ୟାଷ୍ଟିକ୍, ହୃଦରୋଗ, କିଡ଼ନୀ ଯନ୍ତ୍ରଣା, ଆଲର୍ଜି, ଚର୍ମରୋଗ, ବାତ, ଚକ୍ଷୁ, ଥଣ୍ଡା, ଜ୍ୱର, କାଶ, ରକ୍ତଚାପ, ଡ଼ାଇବେଟିସ୍, ବ୍ଲଡ଼ସୁଗାର, କ୍ୟାନସର୍, ଆଣ୍ଠୁଗଣ୍ଠି ଦରଜ ଇତ୍ୟାଦି ରୋଗରୁ ଲୋକଙ୍କୁ ମୁକ୍ତି ମିଳିପାରୁ ନାହିଁ । କିଛି ଲୋକ ସରକାରୀ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଉ କିଛି ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ସୂଚନା ମୂତାବକ, ସାମାନ୍ୟ ଜ୍ୱର କିମ୍ବା ଥଣ୍ଡାକାଶ ହେଲେ ଯଦି କୌଣସି ଔଷଧ ଦୋକାନରୁ ଗୋଟିଏ ଟାବଲେଟ୍ କିଣିବାକୁ ହୁଏ ୧୫ରୁ ୨୦ଟଙ୍କା ଦେବାକୁ ପଡ଼ୁଛି । ତେବେ ଗୋଟିଏ ଟାବଲେଟ୍ ଷ୍ଟି୍ରପ୍ କିଣାଗଲେ ତାହାର ଦାମ ଦେଢ଼ଶହ ଟଙ୍କାରୁ ୨ଶହ ଟଙ୍କା ପଡ଼ିବ, ଯାହା ଗୋଟିଏ ଖଟିଖିଆ ଦିନମଜୁରୀ ପକ୍ଷେ କିଣିବା ସମ୍ଭବପର ନୁହେଁ । ଗତ ମାସରେ ମାସରେ ଗ୍ୟାଷ୍ଟିକ୍ ପାଣି ଔଷଧର ଦାମ ୨୭୪ଟଙ୍କା ରହିଥିଲା, ମାତ୍ର ଚଳିତ ମାସରେ ଏହା ୨୯୫ଟଙ୍କାକୁ ବୃଦ୍ଧି ପାଇଛି । ଏଠି କଥା ଆସେ, ତାଳଚେର ସହରରେ ପନିପରିବାର ଦର ହୁହୁ ହୋଇ ବଢ଼ୁଥିବା ବେଳେ ଜଣେ ଗରିବ ଖଟିଖିଆ ଦିନକ ମଜୁରୀ ୩ଶଟଙ୍କା । ତେବେ ସେ ଯଦି ୨୯୫ଟଙ୍କାରେ ନିଜ ସ୍ୱାସ୍ଥ୍ୟପାଇଁ ଔଷଧ କ୍ରୟ କରେ ତା ପାଖରେ ବଳକା ବଂଚିବ କ’ଣ ? ପରିବାର ଲୋକେ ଚଳିବେ କେମିତି ବୋଲି ସାଧାରଣରେ ଏହାକୁ ନେଇ ଘୋର ନିନ୍ଦା ପ୍ରକାଶ ପାଇଛି । ତେଣୁ ଗାଁ କିମ୍ବା ସହରାଚଂଳରେ ଖାଉଟି ସାମଗ୍ରୀ ଓ ଲୋକଙ୍କ ନିତ୍ୟାନ୍ତ ଜରୁରୀ ଔଷଧପତ୍ର ଦରଦାମ ପ୍ରତି ସରକାର ଧ୍ୟାନ ଦେଇ ବୃଦ୍ଧି ପାଉଥିବା ଖାଉଟି ସାମଗ୍ରୀ ଉପରେ ନିୟନ୍ତ୍ରଣ କରିବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।