କାର୍ଯ୍ୟକ୍ଷମ ହେବ ଏନଟିପିସି ଥର୍ମାଲର ପ୍ରଥମ ୟୁନିଟ୍
ତାଳଚେର: ଏନଟିପିସି ତାଳଚେର ଥର୍ମାଲରେ ନୂତନ ଭାବେ ପ୍ରତିଷ୍ଠା ହେଉଥିବା ମେଗା ୱାଟ ଶକ୍ତି ପ୍ରକଳ୍ପର ପ୍ରଥମ ୟୁନିଟ ଆସନ୍ତା ସେପ୍ଟେମ୍ବର ୨୦୨୭ରେ କାର୍ଯ୍ୟକ୍ଷମ ହେବ । ଦ୍ୱିତୀୟ ୟୁନିଟ ଡିସେମ୍ବର ୨୦୨୭ରେ ଉତ୍ପାଦନ ଆରମ୍ଭ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସଂପର୍କରେ ସୂଚନା ଦେଇଛନ୍ତି ପ୍ରକଳ୍ପ ମୁଖ୍ୟ ବିଜୟ ଚାନ୍ଦ । ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଆମେ ଦୃଢ ନିଶ୍ଚିତ ଯେ, ଏନଟିପିସି ଏଥିରେ ସଫଳ ହେବ । ଶକ୍ତି ଉତ୍ପାଦନ ବ୍ୟତୀତ, ପରିବେଶ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାରିପାର୍ଶ୍ୱିକ ଗ୍ରାମାଞ୍ଚଳର ଉନ୍ନତି ଏହା ସହ ଜଡିତ । ଏହି ପ୍ରକଳ୍ପରୁ ଉତ୍ପାଦିତ ଶକ୍ତିର ୫୦% ଓଡିଶା ରାଜ୍ୟ ଓ ଅନ୍ୟ ରାଜ୍ୟ ଗୁଜୁରାଟ, ଆସାମ ଓ ତାମିଲନାଡୁ ପ୍ରଭୂତି ବଳକା ଶକ୍ତି ନେବେ । ପରିବେଶ ସୁରକ୍ଷା ନିମିତ୍ତ ୯୦,୦୦୦ ବୃକ୍ଷରୋପଣ କରାଯିବାର ସ୍ଥିର ହୋଇଛି । ଯାହା ରାଜ୍ୟ ବନ ନିଗମ ଦ୍ୱାରା କରାଯିବ । ସ୍ଥାନୀୟ ଯୁବାବର୍ଗଙ୍କୁ କର୍ମ ନିଯୁକ୍ତିର ଅପାର ସୁଯୋଗ ସୃଷ୍ଟି କରାଯାଉଛି ।
ଏନଟିପିସି ସର୍ବଦା ନିଜ ଲକ୍ଷ୍ୟରେ ଅଟଳ ଓ ସାମାଜିକ ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ଚାନ୍ଦ ପ୍ରକାଶ କରିଥିଲେ । ଏହି ପ୍ରକଳ୍ପ ଅତ୍ୟନ୍ତ ଉଚ୍ଚÿମାନକ ଓ ଏଥିରେ ପ୍ରଦୂଷଣ ଶୂନ୍ୟ ଅଟେ । ଓଡିଶା ପାଇଁ ଏହା ଏକ ନୂଆ ମାଇଲ ଖୁଣ୍ଟ ସୃଷ୍ଟି କରିବ । ଦେଶ ପାଇଁ ଶିଳ୍ପ ପ୍ରଗତିର ନୂଆ ସୂଚକାଙ୍କ ବୋଲି ଶ୍ରୀ ବିଜୟ ଚାନ୍ଦ ପ୍ରକାଶ କରଛନ୍ତି । ଆଜିର ଏହି ସାମ୍ୱାଦିକ ସମ୍ମିଳନୀରେ ଏନଟିପିସି ତାଳଚେର ଥର୍ମାଲର ବିଭାଗୀୟ ଅଧିକାରୀ ଓ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।