ଆର୍ଥେ୍ରାପ୍ଲାଷ୍ଟି ଆସୋସିଏସନର ବାର୍ଷିକ ସମ୍ମିଳନୀ

ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ହୋଟେଲ ମେଫେୟାର ଲଗୁନରେ ଭାରତୀୟ ଆର୍ଥେ୍ରାପ୍ଲାଷ୍ଟି ଆସୋସିଏସନର ୨୦ତମ ବାର୍ଷିକ ସମ୍ମିଳନୀ ଆପୋଲ ହସ୍ପିଟାଲର  ଅର୍ଥୋପେଡିକ୍ସ ଏବଂ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ସିନିୟର କନସଲଟାଣ୍ଟ ଡକ୍ଟର ଦେବବ୍ରତ ପାଢୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ଏହି ସମ୍ମିଳନୀ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ  । , ଚଳିତବର୍ଷ ସମ୍ମିଳନୀ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ସରଳୀକରଣ ବିଷୟବସ୍ତୁ ଉପରେ ଆଧାରିତ  । ପ୍ରଥମକରି କିମସ ମେଡିକାଲ କଲେଜରେ  ଆସୋସିଏସନ ପକ୍ଷରୁ  ଜଏଣ୍ଟ ରିପ୍ଲେସମେଣ୍ଟର ବିଭିନ୍ନ କୌଶଳ ଉପରେ କ୍ୟାଡଭେରିକ୍ ପ୍ରାକ୍-କର୍ମଶାଳା ଆୟୋଜନ କରାଯାଇଛି  ।ଏହି ଅବସରରେ ଦେଶ ତଥା ବିଦେଶରୁ ଆସିଥିବା ସର୍ଜନମାନେ ୯ଟି ହାଇ-ଆଣ୍ଡ ସର୍ଜରୀର ସର୍ଜିକାଲ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି  । ଏହି ଅବସରରେ ଜାତୀୟ ସମ୍ମିଳନୀ ଗତବର୍ଷର କାର୍ଯ୍ୟଧାରା, ଯାହାକି ସମାଜର ବିକାଶ କ୍ଷେତ୍ରରେ ଆସୋସିଏସନ ନେଇଥାଏ ତାହା ଉପରେ ଆଇଏଏର ସଭାପତି ଡଃ ଏମ ଅଜିଥ୍ କୁମାର ଗୁରୁତ୍ୱାରୋପ କରିଛନ୍ତି । ଆଇଏଏ ସଚିବ ଡ.ରାଜ୍ କହିଛନ୍ତି ଯେ, ଆସୋସିଏସନରେ ସାରା ଦେଶରେ ୧୦୦୦ରୁ ଅଧିକ ସକ୍ରିୟ ସଦସ୍ୟ ରହି କାର୍ଯ୍ୟ କରୁଛନ୍ତି, ଯାହାକି  ସମସ୍ତ କ୍ଷେତ୍ରର ଚିକିସôାର ମାନର ଉନ୍ନତି ଦିଗରେ ସହାୟକ ହୋଇଥାଏ  । ଆଇଏଏର କୋଷାଧ୍ୟକ୍ଷ ତଥା ଆଇଏଏସିଓଏନ୨୦୨୪ର ଆୟୋଜକ ସଚିବ ଡଃ ଦେବବ୍ରତ ପାଢୀ କହିଛନ୍ତି ଯେ, ସ୍ୱାସ୍ଥ୍ୟସେବାର ଗୁଣବତ୍ତା ବଢାଇବା ପାଇଁ ବିଶେଷ ଭାବରେ ଓଡିଶା ଭଳି ରାଜ୍ୟରେ ସ୍ୱଦେଶୀ ପ୍ରତିରୋପଣ ଏବଂ ସରଳୀକରଣର ବିକାଶ ସହିତ ଏଭଳି ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମର ଆବଶ୍ୟକତାକୁ ଦୋହରାଇଛନ୍ତି  । ମୁମ୍ବାଇରୁ ଆସିଥିବା ସଭାପତି ଡଃ ସୀବ ଜୈନ ମଧ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ରହି  ନୂତନ ଜ୍ଞାନକୌଶଳର ଉନ୍ନତିକୁ ବର୍ତ୍ତମାନର ଆବଶ୍ୟକତା ଭାବେ ଗୁରୁତ୍ୱାରୋ କରିବା ସହିତ ଆସନ୍ତାବର୍ଷ ତାଙ୍କର ନେତୃତ୍ୱ ସମୟରେ ନିଜର ପ୍ରାଥମିକତା ଏହା ପ୍ରାଥମିକତା ହେବ ବୋଲି କହିଥିଲେ ।