‘ସହାୟକ’ର ବୈଠକ
ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର: ବାଲେଶ୍ୱରର ଏକ ପ୍ରମୁଖ ଜନ କଲ୍ୟାଣକାରୀ ସଂଗଠନ ‘ସହାୟକ’ର ମାସିକିଆ ବୈଠକ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ଗୃହରେ ଡ. କ୍ଷିତୀଶ୍ୱର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ‘ସହାୟକ’ ଦୀର୍ଘ ଅଠରବର୍ଷ ଧରି ବିଭିନ୍ନ ସାମାଜିକ କାର୍ଯ୍ୟ ଯଥା - ବୃକ୍ଷରୋପଣ, ରକ୍ତଦାନ ଶିବିର, ପାନୀୟ ଜଳଦାନ, ଗରିବଲୋକଙ୍କୁ ଶୀତବସ୍ତ୍ର ପ୍ରଦାନ, ପୁଅଝିଅଙ୍କ ବାହାଘର ପାଇଁ ସାହାଯ୍ୟ, ଦରିଦ୍ର ନାରାୟଣ ସେବା, ଗରିବ ମେଧାବୀ ପିଲାମାନଙ୍କୁ ସହାୟତା ଓ ଗରିବ ଲୋକଙ୍କ ଚିକିତ୍ସା ପାଇଁ ସାହାଯ୍ୟ ପ୍ରଭୃତି ଜନହିତକର କାର୍ଯ୍ୟ କରିଆସୁଛି । ଆଜିକାର ଏହି ବୈଠକରେ ସାଧାରଣ ସମ୍ପାଦକ ଇଂ. ଡ. ହୃଷିକେଶ ସାହୁ ବିବରଣୀ ପ୍ରଦାନ କରିଥିବାବେଳେ କୋଷାଧ୍ୟକ୍ଷ ଇଂ. ସୁରେନ୍ଦ୍ର ପ୍ରସାଦ ନାୟକ ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ । ପ୍ରାକ୍ତନ ସଭାପତି ଓ ଉପଦେଷ୍ଟା ଇଂ. ବନମାଳୀ ନାୟକ, ଦିବାକର ମହାପାତ୍ର, ଅକ୍ଷୟ କୁମାର ତି୍ରପାଠୀ, ପ୍ରଫୁଲ୍ଲ କୁମାର ଦାସ ତାଙ୍କ ବକ୍ତବ୍ୟରେ କିଛି ଉପାଦେୟ ପ୍ରସ୍ତାବ ଯଥା - ଡିସେମ୍ବର ମାସରେ ଗରିବ ଲୋକଙ୍କୁ ବସ୍ତ୍ରଦାନ, ଜାନୁଆରୀ ମାସରେ ନୂତନ ବର୍ଷ ଉପଲକ୍ଷେ ବନ୍ଧୁମିଳନ ଏବଂ ୮୦ବର୍ଷରୁ ଊଦ୍ଧ୍ୱର୍ ହୋଇଯାଇଥିବା ସଭ୍ୟମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ତାହା ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଏହି ଅବସରରେ ନୂତନଭାବେ ପୃଷ୍ଠପୋଷକତା ଗ୍ରହଣ କରିଥିବା ଡ. ଯଦୁନାଥ ମିଶ୍ର ଓ ନୀଳିମା ପାତ୍ରଙ୍କୁ ସମ୍ମାନିତ କରାଯାଇଥିବାବେଳେ ୯୦ବର୍ଷରୁ ଊଦ୍ଧ୍ୱର୍ ହୋଇଥିବା ଉପଦେଷ୍ଟା ଧୀରେନ୍ଦ୍ର ନାରାୟଣ ଦାସ ଓ ଇଂ. ଶିବପ୍ରସାଦ ବେହେରାଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବଶ୍ରୀ ଗଙ୍ଗାଧର ପୃଷ୍ଟି, ଇଂ. ଶ୍ରୀରାମ ପ୍ରସାଦ ଦାଶ, ଡ. ତାରାକାନ୍ତ ନନ୍ଦ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ରବିନାରାୟଣ ଭୋଳ, ଶଚୀନ୍ଦ୍ର ଦାସ, ଶ୍ୟାମସୁନ୍ଦର ଜେନା, ସାବିତ୍ରୀ ଦାସ, ସୁରେନ୍ଦ୍ର ପ୍ରସାଦ ଧଳ, ନିରଞ୍ଜନ ପରିଡ଼ା, ସେକ୍ ଆଲ୍ଲାଉଦ୍ଦିନ୍, ସନାତନ ଦାସ ଓ ପୁରୁଷୋତ୍ତମ ବେହେରା ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ଶେଷରେ ଗୁଣାକର ଦେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।