ମେଗା ଆୟୁଷ ସ୍ୱାସ୍ଥ୍ୟ ଶିବିର
ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର: ସ୍ଥାନୀୟ ସହଦେବଖୁଣ୍ଟା ସ୍ଥିତ ମୁ୍ୟନିସିପାଲ ଉଚ୍ଚ ବିଦ୍ୟାଳୟରେ ଆୟୁଷ ବିକାଶ ମଞ୍ଚ ଓ ବିଦ୍ୱାନ ମିଳିତ ଆନୁକୂଲ୍ୟରେ ଏକ ବିଶାଳ ମେଗା ଆୟୁଷ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଅଛି । ୪୦୦ରୁ ଅଧିକ ରୋଗୀ ବିଭିନ୍ନ ଅଭିଜ୍ଞ ଚିକିତ୍ସକମାନଙ୍କ ଦ୍ୱାରା ଚିକିତ୍ସକ ହୋଇଛନ୍ତି । ଉକ୍ତ ସ୍ୱାସ୍ଥ୍ୟ ଶିବିରକୁ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଏକ ସାଧାରଣ ସଭା ମଞ୍ଚର ସଭାପତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟବକ୍ତା, ଡା.ରମେଶ ଚନ୍ଦ୍ର ମିଶ୍ର, ଜିଲ୍ଲା ଆୟୁର୍ବେଦିକ ଚିକିତ୍ସାଧିକାରୀ ନିରଞ୍ଜନ ପରିଡ଼ା, ଡା. ପୁରୁଷୋତ୍ତମ ସିଂ, ଅତିଥିଭାବେ ଯୋଗଦାନ କରି ଆୟୁର୍ବେଦ ଓ ଯୋଗର ପ୍ରଖର ପ୍ରସାର ଏବଂ ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ବିକାଶ ମଂଚର ସାଧାରଣ ସଂପାଦକ ହିମାଂଶୁଶେଖର ଦାସ ସଭାକାର୍ଯ୍ୟ ସଂଚାଳନ କରିଥିବାବେଳେ ଡାକ୍ତର ପ୍ରଭାତ କୁମାର ପ୍ରଧାନ, ଡାକ୍ତର ସୁଧାଂଶୁ ଶେଖର ଦାଶ, ଡାକ୍ତର ତି୍ରଲୋଚନ ଧଳ, ଯୋଗଶିକ୍ଷକ ମୁକ୍ତିକାନ୍ତ ପାଣିଗ୍ରାହୀ, ମନୋଜ କୁମାର ଦେ, ବହୁ ରୋଗୀମାନଙ୍କୁ ଯୋଗ ପ୍ରଶିକ୍ଷଣ ଦେଇଥିଲେ ଏବଂ ଯୋଗାଭ୍ୟାସ କରାଇଥିଲେ । ଏହି ସ୍ୱାସ୍ଥ୍ୟଶିବିରରେ ରୋଗୀମାନଙ୍କୁ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଡାକ୍ତର ପ୍ରମୋଦ ରାଉତ୍, ଡାକ୍ତର ଜୟନ୍ତ ପ୍ରଧାନ, ଡାକ୍ତର ହରିଶ ଚନ୍ଦ୍ର ପାଣିଗ୍ରାହୀ, ଡାକ୍ତର ରାଜୀବ ମାଝୀ ପ୍ରମୁଖ ରୋଗୀମାନଙ୍କୁ ଚିକିତ୍ସା କରିଥିଲେ ।