ବ୍ରାହ୍ମଣସମିତିର ବାଉଁଶଗଡିଆ କମିଟି ଗଠିତ

 ଖଇରା:  ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ବାଉଁଶଗଡିଆ ପଞ୍ଚାୟତରେ ବ୍ରାହ୍ମଣସମିତିର ଏକ ଶାଖା କମିଟି ଗଠନ ହୋଇଛି । ଏ ନେଇ ରମାକାନ୍ତ ଶତପଥୀଙ୍କ ପୌରହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ପଞ୍ଚାୟତର ସମସ୍ତ ବ୍ରାହ୍ମଣ ପରିବାରର ସଦସ୍ୟମାନେ ଯୋଗ ଦେଇଥିଲେ । ପର୍ଯ୍ୟବେକ୍ଷକ ଭାବେ ପଦ୍ମନାଭ ପଣ୍ଡା, ବିଷ୍ଣୁ ପ୍ରସାଦ ବହଳୀ, ଶ୍ୟାମସୁନ୍ଦର ପଣ୍ଡା ଓ ଦିନବନ୍ଧୁ ଦାଶ ଯୋଗ ଦେଇଥିଲେ । ସାଙ୍ଗଠନିକ ଆଲୋଚନା ପରେ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ନାରାୟଣ ପଣ୍ଡାଙ୍କୁ ସଭାପତି, ତରଣୀସେନ ପଣ୍ଡାଙ୍କୁ ଉପସଭାପତି, ସପନ କୁମାର ପଣ୍ଡାଙ୍କୁ ସାଧାରଣ ସମ୍ପାଦକ, ମାଧବ ଚରଣ ପାଣିଗ୍ରାହୀଙ୍କୁ ସହ ସମ୍ପାଦକ, ମଙ୍ଗଳଚରଣ ପଣ୍ଡାଙ୍କୁ କୋଷାଧ୍ୟକ୍ଷ ଓ ପୀତାମ୍ବର ପଣ୍ଡାଙ୍କୁ ସମୀକ୍ଷକ ଭାବେ ମନୋନୀତ କରାଯାଇଥିଲା ।