ମହାବିଦ୍ୟାଳୟସ୍ତରୀୟ ଫୁଟବଲ ପ୍ରତିଯୋଗିତା
ାା ପ୍ରଭାନୁ୍ୟଜ ।ା ସାରସକଣା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ସୀମାନ୍ତ ମହାବିଦ୍ୟାଳୟରେ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ସୀମାନ୍ତ ଜୋନ ଫୁଟବଲ ପ୍ରତିଯୋଗିତାରେ ସୀମାନ୍ତ ମହାବିଦ୍ୟାଳୟ ଚାମ୍ପିଅନ ହୋଇଛି । ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ମୋଟ ୫ ଗୋଟି ଦଳ ଭାଗ ନେଇଥିଲେ । ଗତ ୧ ତାରିଖରୁ ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଆୟୋଜକ ସୀମାନ୍ତ ମହାବିଦ୍ୟାଳୟ ସହ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ, ବିବି କଲେଜ ବାଇଗଣ ବାଡ଼ିଆ, ଜାମଦା, ବହଳଦା ମହାବିଦ୍ୟାଳୟ ଭାଗ ନେଇଥିଲେ । ଫାଇନାଲରେ ବାଇଗଣ ବାଡିଆକୁ ହରାଇ ସୀମାନ୍ତ କଲେଜ ଓ ବହଳଦାକୁ ହରାଇ ଜାମଦା ପ୍ରବେଶ କରିଥିଲେ । ଫାଇନାଲ ମ୍ୟାଚ୍ ଖୁବ୍ ପ୍ରତିଦ୍ୱନ୍ଦିତା ପୂର୍ଣ୍ଣ ଥିଲା । ଉଭୟ ଦଳର ଖେଳାଳି ପରସ୍ପର ଗୋଲ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ । ଶେଷରେ ଜାମଦାକୁ ଗୋଟିଏ ଗୋଲ ବ୍ୟବଧାନରେ ପରାସ୍ତ କରି ସୀମାନ୍ତ ମହାବିଦ୍ୟାଳୟ ଚାମ୍ପିଅନ ହେବା ସହ ଜାମଦା ରନର୍ସଅପ୍ ହୋଇଥିଲା । ଏହି ଖେଳକୁ ରାଜ୍ୟସ୍ତରୀୟ ରେଫେରୀ ପଦ୍ମଲୋଚନ ମହାନ୍ତ, ସାଲଖୁ ସୋରେନ ରାଜେନ୍ଦ୍ର ସିଂ ପରିଚାଳନା କରିଥିଲେ । ସୀମାନ୍ତ ମହାବିଦ୍ୟାଳୟର ଆଥେଲେଟିକ କ୍ଲବ୍ ଉପସଭାପତି ଥୋମାସ ମାରାଣ୍ଡି, କ୍ରୀଡା ଶିକ୍ଷକ ଶ୍ରଦ୍ଧାନନ୍ଦ ସାହୁ, ଲେପ୍ଟନାଣ୍ଟ ନିହାର ରଞ୍ଜନ ମହାନ୍ତଙ୍କ ତତ୍ତ୍ୱାବଧାନରେ ସମାପିତ ଏହି ପ୍ରତିଯୋଗିତାରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଶିଶିର କୁମାର କୁମାର ପଟ୍ଟନାୟକ, ଜଗନ୍ନାଥ ମଝି, ସମାଜସେବୀ ମଳୟ କୁମାର ନାୟକ, ବାସୁଦେବ ସାହୁ, ଅବିନାଶ ପ୍ରହରାଜ, ବରିଷ୍ଠ କିରାଣୀ ସତ୍ୟନାଥ ସାହୁ, କନିଷ୍ଠ କିରାଣୀ ନିରଜ ରଞ୍ଜନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
