ଲେଖାଶ୍ରୀଙ୍କ ମାରାଥନ ପ୍ରଚାର "ଡବଲ ଶଙ୍ଖରେ ଭୋଟ ଦେବାକୁ ଅନୁରୋଧ'
ନୀଳଗିରି,: ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ର·ର ସେତେ ଜୋର ·ଲିଛି । ଏହି ପରିପ୍ରେକ୍ଷୀରେ ନୀଳଗିରି ବ୍ଳକ ଅନ୍ତର୍ଗତ ପିଠାହତା ପଞ୍ଚାୟତ ଅଧୀନସ୍ଥ ବତିସାହିରେ ବୁଧବାର ବିଜେଡି ତାର ପ୍ର·ରକୁ ଜୋରଦାର କରିଛି । ଅପରାହ୍ନରେ ବିଜେଡିର ବାଲେଶ୍ୱର ସାଂସଦ ପ୍ରାର୍ଥୀନୀ ଲେଖାଶ୍ରୀ ସାମନ୍ତସିଂହାର ଓ ନୀଳଗିରି ବିଧାୟକ ପ୍ରାର୍ଥୀ ସୁକାନ୍ତ କୁମାର ନାୟକ ପହଂଚି ସମବେତ ଭୋଟର ଭାଇ ଭଉଣୀମାନଙ୍କୁ ଉଦ୍ବୋଧନ ଦେଇ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅନୁରୋଧ କରିଥିଲେ । ଆଗାମୀ ନିର୍ବାଚନରେ ଦଳ କିଭଳି ଭାବେ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିବ ସେଥିପାଇଁ ଜନକଲ୍ୟାଣ କାର୍ଯ୍ୟକ୍ରମ ସହିତ ବିଭିନ୍ନ ଯୋଜନାକୁ ଘରେ ଘରେ ପହଞ୍ଚାଇଥିବା ବେଳେ ସ୍ଥାନୀୟ ନେତୃମଣ୍ଡଳୀ ଏନେଇ ଆପ୍ରାଣ ଉଦ୍ୟମ ଓ ଚେଷ୍ଟାରେ ସମସ୍ତେ ତାହାର ଲାଭ ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ମତବ୍ୟକ୍ତ କରିବା ସହିତ ଅଂଚଳବାସୀଙ୍କ ସହିତ ସୁଖ ଦୁଃଖରେ ଛିଡା ହେବା ସହିତ ଅଞ୍ଚଳର ଉନ୍ନତି ପାଇଁ ସଂକଳ୍ପବଦ୍ଧ ବୋଲି ପ୍ରତିଶୃତି ଦେଇଥିଲେ । ସଭାରେ ବିଧାୟକ ପ୍ରତିନିଧି ଉପେନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିବାବେଳେ ସ୍ଥାନୀୟ ସରପଞ୍ଚ ମିନତୀ ମୁର୍ମୁ, ସମିତି ସଭ୍ୟ ପ୍ରଭାକର ବାଗୁଡାଇ, ଯୁବନେତା ବିଦ୍ୟାଧର ଦଳେଇ, ପୁର୍ବତନ ସମିତି ସଭ୍ୟ ଅଲେଖ ବେହେରା, ମାନ ମୁର୍ମୁ, ନାରୀନେତ୍ରୀ ଅଶୋକାଶିନୀନାୟକ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ ଶହ ଶହ କର୍ମୀ ଉପସ୍ଥିତ ଥିଲେ ।