ମିଳିତ ଜନ ଶୁଣାଣି ଶିବିର

 ବାଲେଶ୍ୱର : ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ ପ୍ରସାଦଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରେମୁଣା ବ୍ଲକ ଅଧିନସ୍ଥ ସମସ୍ତ ଗ୍ରାମ ପଞ୍ଚାୟତରୁ ଆସିଥିବା ୬୩ ଜଣ ଅଭିଯୋଗକାରୀ ନିଜ ନିଜ ନାମ ପଞ୍ଜିକରଣ କରି ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରିଥିଲେ । ସେଗୁଡିକ ମଧ୍ୟରୁ ୬୦ ଗୋଟି ବ୍ୟକ୍ତିଗତ, ୧ ଗୋଟି ସାମୂହିକ ଓ ୨ ଗୋଟି ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ନିମନ୍ତେ ଦରଖାସ୍ତ ପ୍ରଦାନ କରିଥିଲେ । ତନ୍ମଧ୍ୟରୁ ୧୧ ଗୋଟି ଦରଖାସ୍ତର ଆଶୁ ସମାଧାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)  ହେମନ୍ତ ସିଂ, ଅତିରିକ୍ତ ନିର୍ବାହୀ ଅଧିକାରୀ  ଡ଼. ମଧୁସ୍ମିତା ସାମନ୍ତରାୟ, ମୁଖ୍ୟ ଜିଲ୍ଲା ଚିକିସôାଧିକାରୀ ଡ଼. ପ୍ରଭାତ କୁମାର ବେହେରା, ଉପ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।