ଦୋଳ ମେଲଣ ପ୍ରସ୍ତୁତି ବୈଠକ
ପାଣିକୋଇଲି: ପାଣିକୋଇଲି ଦୋଳ ମେଲଣ ଚଳିତ ମାସ ୨୧ ତାରିଖ ରାତି ଓ ୨୨ତାରିଖ ଦିନ ଅନୁଷ୍ଠିତ ହେବ । ଏନେଇ ପ୍ରସ୍ତୁତି ବୈଠକ ସଭାପତି ଘନଶ୍ୟାମ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ମେଲଣକୁ କିପରି ଭାବେ ସରସ ସୁନ୍ଦର ଭାବେ ଆୟୋଜିତ କରିହେବ ସେଥି ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ସମ୍ପାକଦ ଅଜୟ ମଲ୍ଲିକଙ୍କ ସମେତ ଅଦୈତ ଚରଣ ଦାଶ, ରଘୁନାଥ ମାଝୀ, ଶ୍ୟାମସୁନ୍ଦର ସାମଲ, ମଧୁସୁଦନ ସାହୁ, ପୀତବାସ ବେହେରା, ସୁର୍ଯ୍ୟମଣି ପଣ୍ଡା, କାର୍ତିକ ମଲ୍ଲିକ, ଅଶୋକ ପଣ୍ଡା, ଗଣେଶ ମଲ୍ଲିକ, ରମେଶ ସାହୁ, ବୃନ୍ଦାବନ ମହାକୁଡ଼, ଦଶରଥ ଦଳାଇ, ପଙ୍କଜ ଧଳ, ନାରାୟଣ ଦଳାଇ, ଶ୍ରୀଧର ବେହେରା, ପ୍ରଭାକର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।