ହାତୀ ଆକ୍ରମଣ ନେଇ ରୁଦ୍ରଙ୍କ ଉଦ୍ବେଗ 

 ଅନୁଗୁଳ: ହାତୀ ମଣିଷ ଲଢେଇ ଦିନକୁ ଦିନ ବୃଦ୍ଧି ପାଉଛି । ବିଶେଷ କରି ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ହାତୀ ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁ ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ଅନେକାଂଶରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି  ସଂସଦରେ ଧ୍ୟାନ ଆକର୍ଷଣ କରିବା ସହ ସରକାର ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଛନ୍ତି । ଶ୍ରୀ ପାଣି ଲୋକସଭାରେ ଧ୍ୟାନ ଆକର୍ଷଣ ପ୍ରସ୍ତାବ ଉପରେ ଆଲୋଚନା କରି ବର୍ତ୍ତମାନ ସାରା ଦେଶରେ ମାନବ ଓ ପଶୁ ଲଢେଇ ବୃଦ୍ଧି ପାଉଛି ।  ଏହାର କାରଣ ହେଉଛି ଜଳବାୟୁ ପରିବର୍ତ୍ତନ । ବ୍ୟାପକ ଶିଳ୍ପାୟନ ହେତୁ ମାନବ-ବନ୍ୟଜନ୍ତୁ ବିବାଦ ବୃଦ୍ଧି ପାଉଛି । ମୋର ଲୋକସଭା ନିର୍ବାଚନମଣ୍ଡଳୀ ଢେଙ୍କାନାଳରେ ବିଶେଷକରି ଓଡ଼ିଶାର ଢେଙ୍କାନାଳ ଏବଂ ଅନୁଗୁଳ ଦୁଇଟି ଜିଲ୍ଲାରେ ଗତ ଚାରି ବର୍ଷ ମଧ୍ୟରେ ୩୧ଟି ହାତୀଙ୍କ ମୃତୁ୍ୟ ହୋଇଥିବାବେଳେ ହାତୀ ଆକ୍ରମଣରେ ୧୬୨ ଜଣଙ୍କ ମୃତୁ୍ୟ ଘଟିଛି । ଜୀବନ ହରାଇବା ସହିତ ଅନ୍ୟ ବଣୁଆ ଜନ୍ତୁ ଯୋଗୁଁ ଫସଲର କ୍ଷତି ମଧ୍ୟ ବହୁ ପରିମାଣରେ ହୋଇଛି । ହାତୀ ଆକ୍ରମଣ ହେତୁ ଲୋକମାନେ ମଧ୍ୟ ଅନେକ ସ୍ଥାନରେ ପଙ୍ଗୁ ହୋଇ ମୃତୁ୍ୟବରଣ କରନ୍ତି । ଗୁରୁତର ଆହତ ଲୋକଙ୍କ ଚିକିସôା ମଧ୍ୟ ମହଙ୍ଗା ପଡ଼ିଛି । ଗୁରୁତର ଭାବେ ଅସୁସ୍ଥ ଲୋକମାନଙ୍କର ପରବର୍ତ୍ତୀ ଜୀବନ ମଧ୍ୟ ବହୁତ ଯନ୍ତ୍ରଣାଦାୟକ ଜୀବନ କାଟନ୍ତି । ତେଣୁ ହାତୀ ଏବଂ ଅନ୍ୟାନ୍ୟ ବଣୁଆ ଜନ୍ତୁ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ବର୍ତ୍ତମାନର ଆର୍ଥିକ ସହାୟତା ପରିମାଣ ଅପେକ୍ଷା ଅଧିକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ସାଂସଦ ରୁଦ୍ର । ଗୁରୁତର ଆହତଙ୍କ ଚିକିପା ପାଇଁ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବା ଉଚିତ୍ ବୋଲି ଦର୍ଶାଇଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରମାନଙ୍କୁ ଅଧିକ ସମ୍ବେଦନଶୀଳ ହେବାକୁ କୁହାଯିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ ।  ଏ ଦିଗରେ ପଦକ୍ଷେପ ନେଇ କ୍ଷତିପୂରଣର ପରିମାଣ ପର୍ଯ୍ୟାପ୍ତ କରନ୍ତୁ ବୋଲି କହିଥିଲେ ।