ରାଜସ୍ୱ ଆଦାୟ ନେଇ ସମୀକ୍ଷା ବୈଠକ
କେନ୍ଦ୍ରାପଡା : ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ଅଳ୍ପଦିନ ଥିବାବେଳେ, ବାର୍ଷିକ ରାଜସ୍ୱ ଆଦାୟର ଲକ୍ଷ୍ୟ ପୂରଣ ପାଇଁ ଏକ ସମୀକ୍ଷା ବୈଠକ ଉପଜିଲ୍ଲପାଳ ଅରୁଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ତହସିଲଦାର, କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ଏସ୍ଡିପିଓ, ଜିଲ୍ଲା ଖଣି ଅଧିକାରୀ, ସୁପରଭାଇଜର ପ୍ରମୁଖ ବୈଠକରେ ଅଂଶ ଗ୍ରହଣ କରି ରାଜସ୍ୱ ଆଦାୟର ଲକ୍ଷ୍ୟ ପୁରଣ ପାଇଁ ଆଲୋଚନା କରିଥିଲେ । ଜିଲ୍ଲାରେ ଥିବା ସମସ୍ତ ବେଆଇନ ଇଟାଭାଟିକୁ ନଷ୍ଟ କରାଯିବା ସହ ଭାଟି କରିଥିବା ମାଲିକଙ୍କ ଉପରେ ଫୌଜଦାରୀ ମାମଲା ଦାଏର କରାଯିବ ଓ ଜରିମାନା ଅଦାୟ କରାଯିବ ବୋଲି ନିଷ୍ପତି ନିଆଯାଇଛି । ସରକାରୀ ଯାଗାରୁ ବେଆଇନ ଭାବେ ମାଟି ତାଡୁଥିବା ଓ ବାଲି ସୈରାତ ରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚାଲାଣ କରୁଥିବା ବ୍ୟକ୍ତି ମାନଙ୍କ ନାମରେ ମାମଲା ଦାଏର କରାଯିବା ସହ ବାଲି ଓ ମାଟି ପରିବହନ କରୁଥିବା ଯାନ ଗୁଡିକୁ ଜବତ କରାଯାଇ ଜରିମାନା ଆଦାୟ କରାଯିବ । ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ ପାଇଁ ସମସ୍ତ ତହସିଲଦାର ଓ ଜିଲ୍ଲା ଖଣି ଅଧିକାରୀ ସକ୍ରିୟ ଭାବେ କାର୍ଯ୍ୟ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପ୍ରତ୍ୟେକ ତହସିଲର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟ କରିବେ ବୋଲି ବୈଠକରେ ନିଷ୍ପତି ନିଆଯାଇଛି