କଲେଜରେ ସ୍ୱଚ୍ଛତା ଅଭିଯାନ

 କେନ୍ଦ୍ରାପଡା : କେନ୍ଦ୍ରାପଡା ସ୍ୱୟଂ ଶାସିତ କଲେଜରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରାଯାଇ ଆବର୍ଜନା ମୁକ୍ତ କରାଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷଙ୍କ ଅଧ୍ୟକ୍ଷତାରେ ଏହି ଅଭିଯାନ ଆରମ୍ଭ କରାଯାଇ ଥିବାବେଳେ, ପରିଚାଳନା ସମିତି ସଭାପତି ନିଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରଞ୍ଜିତ୍ ଦାସ, ଅଧ୍ୟାପକ ବିକାଶ ରଞ୍ଜନ ନାୟକ, ପ୍ରମୋଦ ଦାସଙ୍କ ସମେତ ଜାତୀୟ ସେବା ସଂସ୍ଥାର ସଦସ୍ୟ ଓ କ୍ୟାପଟେନ୍ ସୀମା ମହାନ୍ତିଙ୍କ ନେତୃତ୍ୱରେ ଏନ୍ସିସି ଛାତ୍ରଛାତ୍ରୀ ଅଭିଯାନରେ ଅଂଶ ଗ୍ରହଣ କରିଥିଲେ ।