କୋ-ଅପରେଟିଭ ସୋସାଇଟ ପକ୍ଷରୁ ମସ୍ତିସ୍କ ଆଘାତଙ୍କୁ ସହାୟତା

 କେନ୍ଦ୍ରାପଡା : କେନ୍ଦ୍ରାପଡା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟ ପକ୍ଷରୁ ମସ୍ତିସ୍କ ଆଘାତ ପ୍ରାପ୍ତ ତଥା ଧୀର୍ଘଦିନ ହେଲା ଚିକିସôାଧୀନ ଥିବା ରୋଗୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ଡେରାବିଶ ବ୍ଲକ ପଲେଇ ପଞ୍ଚାୟତ କନ୍ଦରପୁର ଗ୍ରାମର ଦୀପକ ପ୍ରସାଦ ସ୍ୱାଇଁ (୨୫) ଏକ ସଡକ  ଦୁର୍ଘଟଣାର ସମ୍ମୁଖୀନ ହୋଇ ସ୍ନାୟୁ ରୋଗରେ ପୀଡିତ ହୋଇଥିଲେ । ଦୀର୍ଘ ୩ ବର୍ଷ ହେବ ସେ ଚିକିସôାଧୀନ ଅବସ୍ଥାରେ ଶଯ୍ୟାଶାୟୀ ଅଛନ୍ତି । ଖବର ପାଇ ସୋସାଇଟର ପ୍ରତିଷ୍ଠାତା ସଭାପତି ପ୍ରମୋଦ କୁମାର ସାହୁ ଦୀପକଙ୍କ ଘରକୁ ଯାଇ ତାଙ୍କ ବାପା ପ୍ରବୀରଙ୍କୁ ଚିକିସôା ପାଇଁ ନଗଦ ୧୦ ହଜାର ଟଙ୍କା ପ୍ରଦାନ କରିବା ସହ ଆବଶ୍ୟକ ହେଲେ ଅଧିକ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ । ସୋସାଇଟର ବରିଷ୍ଠ ପରିଚାଳକ ପଙ୍କଜ ମଲିକ, ପ୍ରତାପ ଜେନା, ଏଜେଣ୍ଟ ଅମିତ୍ ଦାସ,  ସ୍ଥାନୀୟ ୱାର୍ଡ ମେମ୍ବର ସୁଧାଂଶୁ ଲେଙ୍କା ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ସୋସାଇଟ ପକ୍ଷରୁ ବିଭିନ୍ନ ସମୟରେ ରୋଗୀ, କ୍ରୀଡାବିତ୍, ଅଗ୍ନି ବିପନ୍ନ ପ୍ରଭୃତି ଆପତ କାଳୀନ ସ୍ଥିତିରେ ସହାୟତା ପ୍ରଦାନ କରା ଯାଇଥାଏ  ।