୨୯ ରେ ଜିଲ୍ଲା ଓକିଲ ସଂଘ ନିର୍ବାଚନ : ୪ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ନିର୍ବାଚନ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ନିର୍ବାଚନରେ ଅଂଶ ଗ୍ରହଣ କରିଥିବା ଓକିଲ ମାନଙ୍କ ମଧ୍ୟରେ ପ୍ରଚାର ଆରମ୍ଭ ହୋଇଛି । ନିର୍ବାଚନ ରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୪ଜଣ ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏମାନେ ହେଲେ ଯୁଗ୍ମ ସଂପାଦକ ବିନୋଦ କୁମାର ବେହେରା, ଅତିରିକ୍ତ ଯୁଗ୍ମ ସମ୍ପାଦକ ମମତାମୟୀ ସାମଲ, ପରିଚାଳନା ପରିଷଦ ସଭ୍ୟ ପୁରୁଷ ହରିପ୍ରସାଦ କର, ମହିଳା ସଭ୍ୟ ରେଣୁବାଳା ସାମଲ ପ୍ରମୁଖ ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଜିଲ୍ଲା ଓକିଲ ସଂଘ ସଭାପତି ପ୍ରାର୍ଥୀ ଭାବେ ଗୋବର୍ନ୍ଧନ ରାଉତ ଓ ରବି ନାରାୟଣ ମହାନ୍ତିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଥିବାବେଳେ ଉପ ସଭାପତି ଭାବେ ଅଞ୍ଜନା ମହାନ୍ତି ଓ ହାଡିବନ୍ଧୁ ସିଂହ, ସଂପାଦକ ଭାବେ ଅଜୟ ମହାନ୍ତି, ଅରକ୍ଷିତ ସୁଆର, ନୃସିଂହ ଚରଣ ରାଉତ, କୋଷାଧ୍ୟକ୍ଷ ଭାବେ ବିଭୂତି ଭୂଷଣ କର, ଚୈତନ୍ୟ ଚରଣ ମଲିକ ପ୍ରମୁଖଙ୍କ ମଧ୍ୟରେ ପ୍ରତିଯୋଗିତା ରହିଛି । ଜିଲ୍ଲା ଓକିଲ ସଂଘ ନିର୍ବାଚନ ଅଧିକାରୀ ଆଇନଜିବୀ ସାଞ୍ଜୟ ପତ୍ରୀ ସୂଚନା ଦେଇଛନ୍ତି ।