ଇନ୍ଦ୍ରାଦି ମଣ୍ଡଳ ପ୍ରଥମ ବୈଠକ

 ନୂଆପଡା : ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ୍ ଗୋଇମୁଣ୍ଡିରେ ଭାରତୀୟ ଜନତା ପାର୍ଟି ଇନ୍ଦ୍ରକ୍ଷଦି ମଣ୍ଡଳର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଯୁଧିଷ୍ଠିର ହଂସ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ପୁର୍ବତନ ବିଧାୟକ ହିତେଶ ବଗର୍ତ୍ତି ଓବିସି ମୋର୍ଚ୍ଚା ସଭାପତି ଅଜିତ କିଶୋର ଚଲାନ, ନେତା ସଞ୍ଜୟ ତିୱାରୀ, ମୋହନ ଭୋଇ, ନନ୍ଦଳାଲ ପାଣ୍ଡେ, ରାଧେଶ୍ୟାମ ରଣା, ଗୋପବନ୍ଧୁ ବନ୍ଦିଛୋର, କୁଳମଣି ଘିଭେଲା, ଲକ୍ଷ୍ମୀ ନାରାୟଣ ନାୟକ, ପ୍ରମୋଦ ଦଣ୍ଡସେନା, ମଣ୍ଡଳର ସମସ୍ତ ସକ୍ରୀୟ ସଦସ୍ୟ, ବୁଥ୍ ସଭାପତି ଓ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ମଣ୍ଡଳ କମିଟି ଗଠନ, ପ୍ରତ୍ୟେକ ବୁଥ ରେ ଦୁଇ ଜଣ ସକ୍ରୀୟ ସଦସ୍ୟ କରିବା ଏବଂ ନିଜ ବୁଥ୍ରେ ନିୟମିତ ଭାବେ ‘ମନକି ବାତ୍’ କାର୍ଯ୍ୟକ୍ରମ କରେଇବା ସରକାରଙ୍କ ଜନକଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଏହିସବୁ କାର୍ଯ କର୍ତ୍ତାଙ୍କୁ ମାର୍ଗ ଦର୍ଶନ କରାଇଥିଲେ ।