ବିଜେପି କୋର କମିଟି ବୈଠକ
ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ଗସ୍ତ ଏବଂ ପାର୍ଟି ଦେଇଥିବା କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରାଯାଇଥିଲା । ପୁନଶ୍ଚ ଆଗାମୀ ଦିନରେ ଅହଲ୍ୟା ବାଇଙ୍କ ଜୟନ୍ତୀ ତଥା ମଇ ୩୧ରିଖରେ ପାଳନ କରାଯିବା ସହ ସମସ୍ତ ମଣ୍ଡଳ କମିଟି ଗଠନ ନେଇ ଆଲୋଚନା କରାଯାଇଥିଲା । ଏହି ସଭାରେ ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଦିଲ୍ଲୀପ ପ୍ରଧାନ, ଚୌଧୁରୀ ପ୍ରଧାନ, ବିଜୟ ମାଝୀ, ସୁଦିପ ଗଡ଼ନାୟକ, ପ୍ରକାଶ ମହାରଣା, ପର୍ଶୁରାମ ବାରିକ, ଚିତ୍ତରଞ୍ଜନ ମେହେର, ଦିଲ୍ଲୀପ ଦାସ, ଅକ୍ଷୟ ବେହେରା, ଗୋପବନ୍ଧୁ ଗଡ଼ନାୟକଙ୍କ ସମେତ ସମସ୍ତ କୋର କମିଟି ସଦସ୍ୟ ଯୋଗ ଦେଇଥିଲେ ।