ବନ୍ଧୁକ ମୁନରେ ୭୦ହଜାର ଲୁଟ
ଧର୍ମଶାଳା: ଧର୍ମଶାଳା ଥାନା ଜେନାପୁର-ନାକପୋଲ କେନାଲବନ୍ଧ ରାସ୍ତାର ଇମାମନଗର ଠାରେ ବନ୍ଧୁକ ଦେଖାଇ ଜଣେ ଫାର୍ମା କର୍ମଚାରୀଙ୍କ ଠାରୁ ୭୦ହଜାର ଟଙ୍କା ସହ ତାଙ୍କ ବାଇକ ଲୁଟି ନେଇଥିବା ଜଣାପଡିଛି । ସୂଚନା ମୁତାବକ ଜାରକାସ୍ଥିତ ଏକ ଫାର୍ମା କମ୍ପାନୀର କର୍ମଚାରୀ ରଞ୍ଜିତ ସେଠୀ ଆଜି ନିଜ ବାଇକରେ ଡୁବୁରୀ ଅଂଚଳରୁ କଲେକ୍ସନ କରି ଜାରକା ଫେରୁଥିଲେ । ଅପରାହ୍ନ ପାଖାପାଖି ସାଢେ ୨ଟା ସମୟରେ ଇମାମନଗର ନିକଟସ୍ଥ ନିଛାଟିଆ ସ୍ଥାନରେ ୨ଜଣ ଦୁର୍ବୃତ ଓଡି୩୪ଏସ-୪୭୭୭ନମ୍ବର ବିଶିଷ୍ଟ ଏକ ପଲସର ଗାଡିରେ ଆସି ବନ୍ଧୁକ ଫୁଟାଇ ଭୟଭିତ କରି ବ୍ୟାଗରେ ଥିବା ୭୦ହଜାର ଟଙ୍କା ସହ ବାଇକ ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଦୁର୍ବୃତ ଫାର୍ମା କର୍ମଚାରୀଙ୍କ ବାଇକ ଲୁିନେଇ ଫେରାର ହୋଇଯାଇଥିବା ବେଳେ ସେମାନେ ବ୍ୟବହାର କରିଥିବା ପଲସର ଗାଡିକୁ ସେଠାରେ ଛାଡିଦେଇ ପଳାଇଛନ୍ତି । ତେବେ ପଲସର ଗାଡିଟିକୁ ଦୁର୍ବୃତ କେଉଁ ଅଂଚଳରୁ ଚୋରୀ କରି ଆଣିଥିବା ଶୁଣିବାକୁ ମିଳୁଛି । ଖବର ପାଇ ଧର୍ମଶାଳା ପୁଲିସ ସାଇନଟିଫିକ ଟିମ ସହ ଘଟଣାସ୍ଥଳରେ ପହଁଚି ତଦନ୍ତ କରିଛି । ତେବେ ପୁଲିସ ଦୁର୍ବୁତଙ୍କ ସମ୍ପର୍କରେ କୌଣସି ତଥ୍ୟ ପାଇପାରିନଥିବା ଜଣାପଡିଛି ।