ଅଜଗର ଉଦ୍ଧାର
କଟକ: ଧର୍ମଗଡ଼ ୱାର୍ଡ ନମ୍ବର ୭ ସନ୍ତୋଷୀ ନଗର କେନାଲ ହୁଡାରୁ ଏକ ଅଜଗର ସାପ ଉଦ୍ଧାର ହୋଇଛି । ଧର୍ମଗଡ଼ ବନାଞ୍ଚଳ କର୍ମଚାରୀ ସ୍ୱାଧୀନ ଏବଂ ସହକର୍ମଚାରୀଙ୍କ ଉଦ୍ୟମରେ ଦୀର୍ଘ ଦିନରୁ ଅଞ୍ଚଳରେ ଘୁରି ବୁଲୁଥିବା ୨/୩ ବର୍ଷର ଅଜଗରକୁ କାବୁ କରିଥିଲେ । ତେବେ ସାପ ଘୁରି ବୁଲୁଥିବାରୁ ସେହି ଅଞ୍ଚଳର ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା ।