ସ୍କୁଲର ବାର୍ଷିକ ପତ୍ରିକା ଉନ୍ମୋଚିତ
ଜଟଣୀ : ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ମୁଖପତ୍ର "ପଦ୍ମାସନ’ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ରୋଟାରୀଆନ ଯୋଗ ଶିକ୍ଷକ ଆଦି ନାରାୟଣ ଖଣ୍ଡୁଆଳ, ଅନ୍ୟତମ ଅତିଥି କେ. ରାମାରାଓ ଯୋଗ ଶିକ୍ଷା କରିବା ସହିତ ଏହାର ମହତ୍ତ୍ୱ ଉପରେ ବକ୍ତବ୍ୟ ରଖିଥିବା ବେଳେ, ପ୍ରଧାନଆଚାର୍ଯ୍ୟ ମାନସ ରଞ୍ଜନ ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ବାର୍ଷିକ ମୁଖପତ୍ର ସ୍କୁଲର ପ୍ରଗତି, ପ୍ରସିଦ୍ଧି ଓ ଏକ ସୃଜନ ଶକ୍ତିର ପରିଚାୟକ ଅଟେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ପ୍ରସନ୍ନ ରଥ, ଉପସଭାପତି ସରୋଜ ବଳିୟାରସିଂହ, ଯୁଗ୍ମ ସମ୍ପାଦକ ପ୍ରୀତମ ମିଶ୍ର ପ୍ରଭୃତି ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ର ଛାତ୍ରୀ, ଗୁରୁଜୀ ଗୁରୁମା, ଅଭିଭାବକ ଉପସ୍ଥିତ ଥିଲେ ।