ସିଭିଲ୍ ସୋସାଇଟିର କାର୍ଯ୍ୟକାରିଣୀ ବୈଠକ
ବେତନଟୀ : ବେତନଟୀର ପ୍ରମୁଖ ବରିଷ୍ଠ ନାଗରିକମାନଙ୍କୁ ନେଇ ଗଠିତ ସମାଜସେବୀ ଅନୁଷ୍ଠାନ ସିଭିଲ୍ ସୋସାଇଟିର ବିଶେଷ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରେଳ ଷ୍ଟେସନ ପରିସରରେ ସଭାପତି ଚୂଡ଼ାମଣି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତି ପ୍ରସ୍ତାବମାନ ଆଗତ କରିଥିଲେ । ଏଥିରେ ସଂଗଠନର ତୃତୀୟ ସାମ୍ବିଧାନିକ ସମ୍ମିଳନୀ ଚଳିତ ମାସ ମଧ୍ୟରେ କରାଯିବ, ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଏଯାବତ୍ ହୋଇଥିବା ଓ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ସାମାଜିକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ବନ୍ଧରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆଗାମୀ ସାମ୍ବିଧାନିକ ସମ୍ମିଳନୀର ପ୍ରସ୍ତୁତି ନିମନ୍ତେ ବିଭିନ୍ନ ସବ୍କମିଟିମାନ ଗଠନ କରାଯାଇଥିଲା । ଏ ସମସ୍ତ ଆଲୋଚନାରେ ବିଶେଷ ଭାବେ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ୱାମୀ, ଅରୁଣ ଓତା, ପ୍ରକାଶ ଚନ୍ଦ୍ର ବେହେରା, ବାସୁଦେବ ନାପିତ, ହରେନ୍ଦ୍ର ନାଥ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସଂଗଠନ ସମ୍ପାଦକ ଡ. ରମାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।