ହୀରକ ଜୟନ୍ତୀ ଷ୍ଟିୟରିଙ୍ଗ କମିଟି ଗଠନ
ଆନନ୍ଦପୁର: ଆନନ୍ଦପୁର ମହାବିଦ୍ୟାଳୟ ୬୦ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳନ ନିମିତ ଏକ କମିଟି ଗଠନ କରାଯାଇଥିଲା । କମିଟିର ସଭାପତି ରାଜ୍ୟ କୃଷକମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଥିଲେ । ହୀରକ ଜୟନ୍ତୀ ପାଳନ ଆଲୋଚନା ଏବଂ ବନ୍ଧୁମିଳନ ଲାଗି ୧୫ ତାରିଖ ଦିନକୁ ସଭାପତି ଶ୍ରୀ ସାହୁ ଡାକରା ଦେଇଥିଲେ । ମାତ୍ର କୌଣସି କାରଣକୁ ନେଇ ସଭାପତି ପଦରୁ ଇସ୍ତଫା ଦେଇ ଦେଇଥିଲେ । ଏଣୁ ଆଜି ଆନନ୍ଦପୁର ମହାବିଦ୍ୟାଳୟ ପରିସରରେ ଡକାଯାଇଥିବା ବୈଠକରେ ଶ୍ରୀ ସାହୁ ଅନୁପସ୍ଥିତ ରହିବାରୁ ହୀରକ ଜୟନ୍ତୀ ନିମିତ ନୂତନ ଷ୍ଟିୟରିଙ୍ଗ କମିଟି ଗଠନ କରାଯାଇ ଏହାର ଆବାହକ ଦାୟିତ୍ୱ ବରିଷ୍ଠ ନାଗରିକ ତଥା ପ୍ରାକ୍ତନ ଛାତ୍ର ଚିନ୍ତାମଣୀ ମିଶ୍ରଙ୍କୁ ଦିଆଯାଇଛି । ସେହିପରି ଷ୍ଟିୟରିଙ୍ଗ କମିଟିରେ ପ୍ରାକ୍ତନ ବରିଷ୍ଠ ନାଗରିକ ଛାତ୍ର, ପ୍ରାକ୍ତନ ଅଧକ୍ଷ୍ୟ, କଂଗ୍ରେସ, ବିଜେପି, ବିଜେଡି ସହିତ ବିଭିନ୍ନ ବର୍ଗର ଛାତ୍ର ସ୍ଥାନ ପାଇଛନ୍ତି । ଷ୍ଟିୟରିଙ୍ଗ କମିଟି ଆଗାମୀ ଦିନରେ ବୈଠକ ଡାକି କମିଟିର ରୂପରେଖ ସମ୍ପର୍କରେ ନିଷ୍ପତି ନେବାକୁ ବୈଠକରେ ସ୍ଥିର କରାଯାଇଥିଲା ।