ଜାଲରେ ଫସିଥିବା ଭାଲୁ ଛୁଆ ଉଦ୍ଧାର

ମାଲକାନଗିରି : ଶିକାରୀଙ୍କ ଜାଲରେ ଫସିଥିବା ଦୁଇ ଭାଲୁକୁ ବନ ବିଭାଗ ଉଦ୍ଧାର କରି ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡିଥିବା ଜଣାପଡିଛି । ପ୍ରକାଶ ଯେ, ମାଲକାନଗିରି ଜିଲ୍ଲା ମାଥିଲି ରେଞ୍ଜ ବୁରୁଡିଗୁଡ଼ା ଜଙ୍ଗଲରେ ମାଥିଲି ରେଞ୍ଜର ବନ କର୍ମଚାରୀମାନେ ପାଟ୍ରୋଲିଂ ସମୟରେ ଗୋଟିଏ ମା’ ଓ ଗୋଟିଏ ଛୁଆ ଭାଲୁ ଏକ ଜାଲ ଫସି ରହିଥିବା ଦେଖିଥିଲେ । ଏହି ସୂଚନା ପାଇବା ପରେ ମାଥିଲି ରେଞ୍ଜ ଅଫିସର ବାସୁଦେବ ନାୟକଙ୍କ ନେତୃତ୍ୱରେ ବନ ବିଭାଗର ରାପିଡ୍ ରେସପନ୍ସ ଟିମ୍ ତୁରନ୍ତ ସେଠାରେ ପହଞ୍ଚô ମା’ ଓ ଛୁଆ ଭାଲୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ତେବେ କିଛି ପଶୁ ଶିକାରୀ ଏହି ଜାଲ ଲଗାଇଥିବା ଅନୁମାନ କରାଯାଉଥିବାବେଳେ ଏଥିରୁ ଉଦ୍ଧାର ଭାଲୁ ଦୁଇଟିଙ୍କୁ ସ୍ୱାସ୍ଥ୍ୟପରୀକ୍ଷା ପରେ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଥିଲା । ଜଙ୍ଗଲ ପ୍ରାଣୀ ସମ୍ପଦଙ୍କ ଗତିବିଧି ଉପରେ ନିରନ୍ତର ନଜର ରଖିବା ପାଇଁ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି । ମାଲକାନଗିରି ବନ ବିଭାଗ ଡିଭିଜନ ସହକାରୀ ବନ ସଂରକ୍ଷକ ମୁନସୁନ ଖେମୁଣ୍ଡୁ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।