ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ଗଣେଶ ପୂଜା

  ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ସ୍ଥିତ ଉକôଳ ସାମ୍ବାଦିକ ସଂଘର ଜିଲ୍ଲା କାର୍ଯ୍ୟାଳୟରେ ଧୁମଧାମରେ ବିଘ୍ନ ବିନାଶକ ଅଗ୍ରପୂଜ୍ୟ ପ୍ରଭୁ ଗଣେଶଙ୍କ ପୂଜା ବେଶ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଲଗାତର ଭାବେ ୫ ବର୍ଷ ଧରି ସଂଘ ପକ୍ଷରୁ ଏହି ପୂଜା ପାଳନ କରାଯାଇଥିବାବେଳେ ଚଳିତ ବର୍ଷ ପୂଜା କାର୍ଯ୍ୟରେ ସଂଘ ସଭାପତି ଅଶୋକ ମିଶ୍ର କର୍ତ୍ତା ହୋଇ ହୋମ ଏବଂ ସମସ୍ତ ପୂଜା କାର୍ଯ୍ୟ ତୁଲାଇଥିଲେ । ରୀତିନୀତି ଅନୁଯାୟୀ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ସଂଘର ସମସ୍ତ କର୍ମକର୍ତ୍ତା ଓ ବିଭିନ୍ନ ବ୍ଲକରୁ ବହୁ ସଦସ୍ୟମାନେ ପୂଜାରେ ଯୋଗ ଦେଇଥିଲେ । ସାମ୍ବାଦିକମାନଙ୍କ ବ୍ୟବହାର ହେଉଥିବା ସମସ୍ତ ଉପକରଣ ମଧ୍ୟ ପୂଜା କରାଯାଇଥିଲା । ଶେଷରେ ଅନ୍ନଭୋଗ ବ୍ୟବସ୍ଥା କରାଯାଇଥିବା ବେଳେ ଆସନ୍ତା ୨୯ତାରିଖ ଶୁକ୍ରବାର ମଧ୍ୟାହ୍ନ ସମୟରେ ସଂଘ ପକ୍ଷରୁ ଏହି ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ସଭାପତି ଶ୍ରୀ ମିଶ୍ର କହିଛନ୍ତି । ପୂଜା ସମୟରେ ସଂଘ ସମ୍ପାଦକ ଶ୍ରୀନିବାସ ପାତ୍ର, ଯୁଗ୍ମ ସମ୍ପାଦକ ଶିବଦତ୍ତ ସାହୁ, ଉପଦେଷ୍ଟା ରନôାକର ଦାସ, ରାହୁଲ ଗଲୋରୀ, ପ୍ରଦୀପ ମହାରଣା, ଚନ୍ଦ୍ରକାନ୍ତ ପଣ୍ଡା, ରାଜେଶ ବେପାରୀ, ସୁଧାଂଶୁ ଶେଖର ମହାନ୍ତି, ମ୍ରିଣାଲ ମଣ୍ଡଲ, ପଙ୍କଜ ଖରା, ବିଜନ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।