ଆଇନସେବା ପ୍ରାଧିକରଣ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ମଧ୍ୟସ୍ଥତା କାର୍ଯ୍ୟକ୍ରମ

 କଟକ : ଜାତୀୟ ଆଇନ ସେବା ପ୍ରାଧୀକରଣ, ମଧ୍ୟସ୍ଥତା ଏବଂ ମିଳାମିଶା ପ୍ରକଳ୍ପ କମିଟି ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଦେ୍ର୍ଦଶକ୍ରମେ ଦେଶବ୍ୟାପୀ ୯୦ଦିନ ବ୍ୟାପୀ ମଧ୍ୟସ୍ଥତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଯାହାକି ୧.୭.୨୦୨୫ ରିଖ ଠାରୁ ୩୧.୭.୨୦୨୫ ରିଖ ପର୍ଯ୍ୟନ୍ତ ସମସ୍ତ କଟକ ଜିଲ୍ଲା କୋର୍ଟ ତଥା କଟକ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ତାଲୁକ କୋର୍ଟ ପରିସରରେ ଅନୁଷ୍ଠିତ ହେବ । ଉକ୍ତ ମଧ୍ୟସ୍ଥତା କାର୍ଯ୍ୟକ୍ରମ ମଧ୍ୟରେ କୋର୍ଟରେ ବିଚାରଧୀନ ଥିବା ସମସ୍ତ ଘରୋଇ ହିଂସା, ଦୁର୍ଘଟଣାଜନିତ ମକୋଦ୍ଦମା, ଘରୋଇ ହିଂସା, ଚେକ ବାଉନ୍ସ କେସ ରଫା ଯୋଗ୍ୟ ଫୌଜଦାରୀ ମକୋଦ୍ଦମା, ବାଣିଜି୍ୟକ ମକୋଦ୍ଦମା, ସେବା ମାମଲା, ସମସ୍ତ ଦେବାନୀ ମକୋଦ୍ଦମା, ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯାଇପାରିବ । ଯାହା ଜନସାଧାରଣଙ୍କର ସମୟ ଓ ଖର୍ଚ୍ଚ ଅପଚୟ ହେବାରୁ ରକ୍ଷା କରିଥାଏ । ଏହି କାର୍ଯ୍ୟକ୍ରମର ମୂଳ ଉଦେ୍ଦଶ୍ୟ ହେଉଛି ମଧ୍ୟସ୍ଥତା ମାଧ୍ୟମରେ ସମସ୍ତ ବିଚାରଧୀନ ମାମଲାର ସମାଧାନ କରିବ ।