ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର : ଚଳିତ ବର୍ଷ ୭୯ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଂସଦାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଡେପୁଟି କଲେକ୍ଟର କସ୍ତୁରୀ ସ୍ୱାଇଁ, ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା, ବ୍ରହ୍ମପୁର ଟାଉନ ଏସଡିପିଓ ପ୍ରୀୟସ ରଞ୍ଜନ ଛୋଟରାୟ, ଟ୍ରାଫିକ ଡିଏସ୍ପି ତ୍ରିପତି ଚୌଧୁରୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତଥିଲେ । ସ୍ୱାଧୀନତା ଦିବସ ଦିନ ସକାଳ ୪.୩୦ମି ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ରାମଧୁନ ପରିବେଷଣ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସକାଳ ୭ ଟାରେ ପତାକା ଉତୋଳନ କରିବେ । ସକାଳ ୯.୧୫ ମିନିଟ୍ରେ ଉକ୍ତ ଦିନ ସ୍ଥାନୀୟ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ୍ରେ ଆନୁଷ୍ଠାନିକ ଭାବେ ମୁଖ୍ୟଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ସ୍ୱାଧୀନତା ଦିବସ ନିମନ୍ତେ ଆସନ୍ତା ଅଗଷ୍ଟ ୨ ତାରିଖରେ ଚିତ୍ରାଙ୍କନ ଓ ଓଡିଆ ରଚନା ପ୍ରତିଯୋଗିତା ଏବଂ ୩ ତାରିଖରେ ଓଡିଆ ବକ୍ତୃତା ପ୍ରତିଯୋଗିତା ଉପଜଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସକାଳ ୮ଘଣ୍ଟା ସମୟରେ ଆୟୋଜିତ ହେବ । ବୈଠକରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ବିବରଣୀ ପାଠ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ କର୍ମଚାରୀ ଲୋକନାଥ ଶତପଥୀ, ରଜକ ହୁସେନ ଓ ରବୀନ୍ଦ୍ର ସାହୁ ସହଯୋଗ କରିଥିଲେ ।