ମୂର୍ତ୍ତି କାରିଗରଙ୍କ ପରଲୋକ

 ଆନନ୍ଦପୁର : ସାବିତ୍ରୀରେ ଜଣେ ମୂର୍ତି କାରିଗରଙ୍କ ପରଲୋକ ଘଟିଛି । ମୃତ କାରିଗର ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗୋଡ଼ା ତିଗିରିଆ ଗ୍ରାମର ଅକ୍ଷୟ ରାଉତଙ୍କ ଏକମାତ୍ର ପୁଅ ତପନ (୪୧)ହୋଇଥିବା ବେଳେ ଗତକାଲି କାର୍ଯ୍ୟସ୍ତଳ ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଶାଳବଣୀ ଗ୍ରାମକୁ ଯାଇଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ଦେହ ଭଲ ନଥିବାରୁ ୧୦ଦିନଧରି କାମକୁ ଯାଇନଥିବା ତପନ ଔଷଧ ଟିକେ କିଣିବାକୁ ପଇସା ନଥିବାରୁ ଗତକାଲି କାମକୁ ଯାଇଥିଲେ । ଦୁଇ ଘଣ୍ଟା କାମ କରିବା ପରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କାର୍ଯ୍ୟରତ ସାଥୀ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତୁ୍ୟରେ ମା ପ୍ରେମଲତା, ପନôୀ କାବେରୀ, ପୁଅ ଶ୍ରୀତମ ଏବଂ ଶୁଭମ ବେସାହାରା ହୋଇପଡିଛନ୍ତି ।