ପଞ୍ଚାୟତରାଜ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଚେତନତା ବୈଠକ
ଭୁବନେଶ୍ୱର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଦ୍ୱାରା କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ନିର୍ଯାତନା (ନିବାରଣ, ନିଷେଧ ଓ ନିରାକରଣ) ଆଇନ-୨୦୧୩ର ରୂପାୟନ ସମ୍ବନ୍ଧୀୟ ଏକ ବିସ୍ତୃତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସ୍ୱତନ୍ତ୍ର ଶାସନ ସଚିବ ତଥା ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଭାପତି ସୌଦାମିନୀ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜଶ୍ରୀ ସିଂହ, ରଂଜିତା ବେହେରା, କମିଟିର ସମସ୍ତ ସଦସ୍ୟ, କଟକସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ‘ବସୁନ୍ଧରା'ର ପ୍ରତିନିଧି, ବିଭାଗୀୟ ବରିଷ୍ଠ ମହିଳା ଅଧିକାରୀବୃନ୍ଦ ଓ ସମସ୍ତ ମହିଳା କର୍ମଚାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସବିଶେଷ କାର୍ଯ୍ୟ ଓ କ୍ଷମତା ବିଷୟରେ ସଚେତନତାଧର୍ମୀ ଆଲୋଚନା ହୋଇଥିଲା ।