ସୁନା ଭରି ୯୫ ହଜାର

ମୁମ୍ବାଇ: ପୁଣି ବଢ଼ିଲା ସୁନା ଦର । ଏବେ ୧୦ ଗ୍ରାମ୍ ତଥା ଭରି ପିଛା ଦର ୯୫ ହଜାର । ଗତ ଦୁଇ ଦିନ ହେବ ସୁନା ମୂଲ୍ୟ ଲଗାତାର ବଢ଼ି ବଢ଼ି ଚାଲିଛି । ପୂର୍ବ ଦିନ ୨୪ କ୍ୟାରେଟ୍ ସୁନା ପ୍ରତି ୧୦୦ ଗ୍ରାମ ପିଛା ୨୭,୪୦୦ ଟଙ୍କା ବୃଦ୍ଧି ପାଇଥିଲା ଏବଂ ଆଜି ଭାରତରେ ସୁନା ମୂଲ୍ୟ ୧୦ ଗ୍ରାମ୍ ପିଛା ୯୫,୦୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ୮୭ହଜାର ୪୫୦ ଟଙ୍କା ରହିଛି । ୩ ଦିନରେ ପ୍ରାୟ ୫ ହଜାର ଟଙ୍କା ସୁନା ମହଙ୍ଗା ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ମହଙ୍ଗା ହେବାର ସମ୍ଭାବନା ରହିଛି ।