ଗଣେଶ ପୂଜା ପ୍ରସ୍ତୁତି ବୈଠକ 

ଆନନ୍ଦପୁର : ଆଗାମୀ ୨୭ ତାରିଖ ଦିନ ବିଘ୍ନ ବିନାଶକ ଗଣେଶଙ୍କ ପୂଜା ପଡୁଥିବାରୁ ପୂଜା କିପରି ସୁରୁଖୁରୁରେ ରେ ସମ୍ପାଦନ କରାଯାଇପାରିବ ସେନେଇ ସ୍ପାଇସ କ୍ଲବ ପକ୍ଷରୁ ସ୍ଥାନୀୟ ହନୁମାନ ମଣ୍ଡପ ପ୍ରାଙ୍ଗଣରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । କ୍ଲବର ମୁଖ୍ୟ ରାକେଶ ରାମଙ୍କ ଉପସ୍ଥିତି ଏବଂ ସଭାପତି ସୌମ୍ୟରଞ୍ଜନ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ପୂଜାକୁ କିପରି ଆକର୍ଷଣୀୟ କରାଯାଇପାରିବ ଏବଂ ତତସହିତ ଆକର୍ଷଣୀୟ ଟେଣ୍ଟ, ଆକର୍ଷଣୀୟ ମୂର୍ତ୍ତି ନିର୍ମାଣ ସହିତ ଭାଷାଣୀ ଶୋଭାଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇପାରିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଉପସଭାପତି ସୌମ୍ୟରଞ୍ଜନ ରାମ, ସମ୍ପାଦକ ଅମୀୟ ରଞ୍ଜନ ସିଂ, ସଦସ୍ୟ ଯଶୋବନ୍ତ ରାମ, ବିଶ୍ୱଜିତ ସିଂ, ଶିବୁନୁ ରାମ, ଶିବୟା ରାମ, ସାଇରୁଦ୍ର ରାମ, ଅରବିନ୍ଦ ସାହୁ, ସୁବ୍ରତ ବେହେରା, ସୁମିତ ରାମ, କିସ୍ନା ରାମ, ବିଶ୍ୱଜିତ ରାମ, ଦେବଜିତ ରାମ, ଅନୀଲ କୁମାର ରାମ, ସତ୍ୟଜିତ ଜେନା, ପିକୁଲ, ବୁବୁ, ସୌମ୍ୟ, ଶାନ୍ତନୁ, ଚନ୍ଦନ, ରାଜ, କାହ୍ନା, ଦିକୁ, ରଜନୀ, କଟ ଓ ସାଗରଙ୍କ ସହିତ ସମସ୍ତ ସଦସ୍ୟ ଉପସ୍ଥିତଥିଲେ ।