ଓସେପାର ଏକୀକୃତ ସ୍ୱୟଂଚାଳିତ ପ୍ରଣାଳୀକୁ ବିରୋଧ: ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଡିଇଓଙ୍କୁ ଦାବି ପତ୍ର ପ୍ରଦାନ

ଖୋର୍ଦ୍ଧା:  ଓସେପାର ଏକୀକୃତ ସ୍ୱୟଂଚାଳିତ ପ୍ରଣାଳୀକୁ ବିରୋଧ କରି ନିଖିଳ ପ୍ରାଥମିକ ଶିକ୍ଷକ ସଂଘ ମୁଖ୍ୟ ମନ୍ତ୍ରୀଙ୍କ ଉଧେଶ୍ୟରେ ଡିଇଓଙ୍କୁ ଦାବିପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଦାବି ପ୍ରଦାନ କରିବା ସମୟରେ ସଂଘ ସଭାପତ ଯୋଗେଶ୍ୱର ମାଲିକଙ୍କ କହିବା ଅନୁଯାଇ ପୂର୍ବ ସରକାରୀ ସମୟରେ ଯଦିଓ କେହି ନିର୍ଯ୍ୟାତିତ ହୋଇଛନ୍ତି ତେବେ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷକମାନେ ନିର୍ଯ୍ୟାତିତ ହୋଇଛନ୍ତି । ବିଗତ ସରକାର ସମୟରେ ଦରମା ଅସଙ୍ଗତି ଦୂର କରିବା, ସମାନ କାମକୁ ସମାନ ଦରମା ଦେବା, ପୁରୁଣା ପେନସନ ଲାଗୁକରି ଶିକ୍ଷାସହାୟକ ଅବଧୂର ଛଅବର୍ଷକୁ ମୂଳ ଚାକିରିରେ ଗଣନା କରାଯାଇ ୬ଟି ଇଂକ୍ରିମେଂଟ ପ୍ରଦାନ ଏବଂ  ନିୟମିତ ପଦୋନ୍ନତି ଦେବା, ପୂର୍ବରୁ ନିଯୁକ୍ତ ପାଇଥିବା ଶିକ୍ଷକଙ୍କ ପାଇଁ ଓଟିଇଟି ଉଚ୍ଛେଦ ଆଦି ଦାବି ଉପରେ ଶିକ୍ଷକ ସମାଜ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଅଞ୍ଚ ଗାନ୍ଧୀମାର୍ଗର ଆନେ୍ଦାଳନରେ ମଧ୍ୟ ନିମନ୍ତେ ପୂର୍ବ ସରକାର ସମର୍ଥନ ପ୍ରଦାନ କରିଥିଲେ । କିନ୍ତୁ ଦୁଃଖର ବିଷୟ ପୂର୍ବ ସରକାର କେବଳ ଆଶ୍ୱାସନ ବ୍ୟତୀତ ଅନ୍ୟ କିଛି ଦେବାରେ ସକ୍ଷମ ହୋଇପାରିଲେ ନାହିଁ । ତେବେ ଇତି ମଧ୍ୟରେ ସରକାର ବଦଳି ଯାଇଥିବା ସହିତ ନୂତନ ସରକାରଙ୍କ ସହିତ ଏହି ସମସ୍ୟାର ଆଲୋଚନା ହୋଇଥିଲା । ଏବଂ ନୂତନ ସରକାରଙ୍କ ପ୍ରତିଶ୍ରୁତି ପାଇଥିଲେ ମଧ୍ୟ ସରକାର ଗଠନର ଏକ ବର୍ଷ ବିତିବା ପରେ ମଧ୍ୟ କୌଣସି ସୁଫଳ ମିଳିଲାନି । ଶିକ୍ଷକ ସମାଜ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ, ଅନ୍ୟପଟେ ସ୍କୁଲରେ ଆନୁସଙ୍ଗିକ ବ୍ୟବସ୍ଥା ନଥାଇ ଓସେପା କାର୍ଯ୍ୟାଳୟ ପକ୍ଷରୁ ଏକୀକୃତ ସ୍ୱୟଂଚାଳିତ ପ୍ରଣାଳୀକୁ ଲଦି ଦିଆଯାଉଛି । ଗ୍ରାମାଞ୍ଚଳରେ ଇଣ୍ଟେରନେଟ ବ୍ୟବସ୍ଥା ସ୍କୁଲରେ ନଥିବା ଏବଂ ସରକାରଙ୍କ ଅନ୍ୟ କୌଣସି ବିଭାଗ ଏକୀକୃତ ସ୍ୱୟଂଚାଳିତ ପ୍ରଣାଳୀକୁ ଲାଗୁ କରି ନଥିବା ବେଳେ, ଶିକ୍ଷା ବିଭାଗରେ ଏହା ଲଗୁ ହେବ ସମସ୍ତଙ୍କୁ ଚକିତ କରିଛି । ସରକାରୀ ବିଦ୍ୟାଳୟ ମାନଙ୍କରେ କମ୍ପୁ୍ୟଟର ଯୋଗାଇ ଦେଇଛନ୍ତି ସତ କିନ୍ତୁ ଏହାକୁ କାର୍ଯ୍ୟକାରୀ କରବା ନିମନ୍ତେ ଆବଶ୍ୟକ ଶିକ୍ଷକ ଓ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇବାକୁ ଭୁଲିଯାଇଛନ୍ତି । ଏହି ପରୀକ୍ଷେତ୍ରରେ ଶିକ୍ଷକ ମାନକ ଉପରେ ଲଦି ଦେଉଥିବା ୟୁଏଏସ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଅସମ୍ଭବ ବୋଲି ପ୍ରକାଶ କରିଛନ୍ତି । ସରକାର ଓ ଗଣଶିକ୍ଷା ବିଭଗ ପ୍ରଥମେ ସ୍କୁଲର ଭିତ୍ତିଭୂମି ବ୍ୟବସ୍ଥା କରନ୍ତୁ ବୋଲି ଦାବି ଜଣାଇବା ସହିତ ସେପର୍ଯ୍ୟନ୍ତ ଏକୀକୃତ ସ୍ୱୟଂଚାଳିତ ପ୍ରଣାଳୀ ବ୍ୟବସ୍ଥାକୁ ସ୍ଥଗିତ ରଖିବା ସମ୍ପର୍କେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।