ଯଯାତି ପାଠାଗାରକୁ ପଞ୍ଚାୟତକୁ ହେବ ହସ୍ତାନ୍ତର

 ପାଣିକୋଇଲି : ପନ୍ଦର ଲକ୍ଷରେ ନିର୍ମିତ ପାଣିକୋଇଲି ପଂଚାୟତରେ ଥିବା ଯଯାତି ପାଠାଗାର ଓ କମୁ୍ୟନିଟ ସେଂଟର ପଂଚାୟତକୁ ହସ୍ତାନ୍ତର ହେବ । ତିନି ମହାଲା ବିଶିଷ୍ଟ କୋଠାରେ ପାଠାଗାର ଅଛିକି ନାହିଁ ତାହା କେହି ଜାଣି ପାରୁନଥିଲେ । ସରକାରୀ ଅର୍ଥରେ ନିର୍ମିତ  ଯଯାତି ପାଠାଗାର ପଂଚାୟତକୁ ହସ୍ତାନ୍ତର କରାଯାଇନଥିଲା । ୨୦୧୮ରୁ ଏହା ଯଯାଜି କ୍ଲବ ନାମରେ ପରିଚୟ ଥିଲା । ଏନେଇ ବ୍ଲକ ପ୍ରଶାସନକୁ ପାଠାଗାର ନେଇ ତଥ୍ୟ ମଗାଯାଇଥିଲା । ଏହାକୁ ନେଇ ପୂର୍ବର ବିଡିଓ ଓ ଏବେର ବିଡିଓଙ୍କ ତଥ୍ୟରେ ତାଳମେଳ ରହିନଥିଲା । ଫଳରେ ଏହି ପାଠାଗାର କେଉଁଠି ବୋଲି ପ୍ରଶ୍ନ ଉଠିଥିଲା । ଦୀର୍ଘ ବର୍ଷ ଧରି ସାଧାଣଣ ଲୋକଙ୍କ ସ୍ୱାର୍ଥରେ ଲାଗୁନଥିଲା ।  କୋରେଇ ବିଡିଓ ଉକ୍ତ ଯଯତି ପାଠାଗାର ଓ କମୁ୍ୟନିଟ ସେଂଟରକୁ ପଂଚାୟତକୁ ହସ୍ତାନ୍ତର ପାଇଁ ନିଷ୍ପତି ନେଇଥିବା ଏବଂ ଏନେଇ ଏକ ପତ୍ର ସଂଖ୍ୟା୬୩୫ରେ ସରପଂଚ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଘରର ଚାବି ପକାଇ କାଠି ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।