ପିସିସି ସମ୍ପାଦିକାଙ୍କ ବନ୍ୟାଞ୍ଚଳ ପରିଦର୍ଶନ
ରାଜକନିକା : ପିସିସି ସମ୍ପାଦିକା ଡା. ଦେବସ୍ମିତା ଶର୍ମା ରାଜକନିକା ବ୍ଲକର ତୃତୀୟ ଥର ବନ୍ୟା କ୍ଷତି ଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରଖିବା ସହ ଲୋକମାନଙ୍କର ଭଲ ମନ୍ଦ ପଚାରି ବୁଝିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜକନିକା ବ୍ଲକର ପାରିନୁଆପଡା ପଞ୍ଚାୟତର ବନ୍ୟା କ୍ଷତି ଗ୍ରସ୍ତ ଗ୍ରାମ ଗୁଡିକର ବାସ୍ତବ ଅସୁବିଧା ସବୁ ଅନୁଭବ କରିବା ପରେ ତୁରନ୍ତ ପ୍ରଶାସନ ଲୋକମାନକୁ ସରକାରୀ ସହାୟତା ଯୋଗାଇ ଦେବା ସହ ବନ୍ୟାରେ ଭାଙ୍ଗିଥିବା ଘର ପାଇଁ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବି କରିଥିଲେ । ଏହି ପରିଦର୍ଶନ ସମୟରେ ବ୍ଲକ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରା, ବରିଷ୍ଠ ନେତା ମାନଗୋବିନ୍ଦ ଦାସ, ସୁଭାଶିଷ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।