ଏସଜି କଲେଜ ପ୍ରାଣୀବିଜ୍ଞାନ ପାଠଚକ୍ରର ବାର୍ଷିକୋତ୍ସବ
ାା ପ୍ରଭାନୁ୍ୟଜ ।ା ଦଶରଥପୁର: ସାଧୁ ଗୌଡ଼େଶ୍ୱର ମହାବିଦ୍ୟାଳୟ କନିକାପଡ଼ା ପ୍ରାଣିବିଜ୍ଞାନ ପାଠଚକ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ନିକୁଞ୍ଜ ବିହାରୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ବିଶିଷ୍ଟ ବୈଜ୍ଞାନିକ ଡ.ଚିତ୍ତରଞ୍ଜନ ମିଶ୍ର ଉଦଘାଟନ କରିଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଦେବୀ ପ୍ରସାଦ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ପାଠଚକ୍ରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ବକ୍ତା ଭାବେ ଡ. ମୁରାରୀ ମୋହନ ଦାସ "ଯୁବକଙ୍କ ହୃଦଘାତ’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ପାଠଚକ୍ରର ସମ୍ପାଦିକା ହୀରାଦ୍ଦି ରାୟ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ଅଧକ୍ଷ ସମସ୍ତ ଅତିଥି ମାନଙ୍କୁ ସମ୍ବୋର୍ଦ୍ଧିତ କରିଥିଲେ । ନିମନ୍ତ୍ରିତ ଅତିଥି ୨୦୨୨/୨୩/୨୪ଶିକ୍ଷା ବର୍ଷରେ ଶେଷ ବର୍ଷ ପ୍ରାଣୀ ବିଜ୍ଞାନ ସମ୍ମାନରେ ସର୍ବାଧିକ ନମ୍ବର ରଖିଥିବା୧୦ଜଣ ଛାତ୍ରଛାତ୍ରୀଙ୍କୁ ‘ଶ୍ରେଷ୍ଠ ସ୍ନାତକ ସମ୍ମାନ' ଭାବେ ଓ "ଶ୍ରେଷ୍ଠ ସ୍ନାତକ’ ଛାତ୍ର ଭାବେ ସମ୍ବିତ ଶୁଭଙ୍କର ଦାସ ଓ ଶ୍ରେଷ୍ଠ ଛାତ୍ରୀ ଭାବେ ବିଶାଖା ସୂତାରଙ୍କୁ ସମ୍ବର୍ଦ୍ଧିିତ କରିଥିଲେ । ଏହା ସହ "ଶ୍ରେଷ୍ଠ ସାହିତି୍ୟକ ସମ୍ମାନ’ ସ୍ୱାତୀ ସ୍ୱାଗତିକା ବାରିକ, ଶୁଭଲଷ୍ମୀ ସାହୁ ଓ ସମ୍ବିତ ଶୁଭଙ୍କର ଦାସଙ୍କୁ ସମ୍ବର୍ଦ୍ଧିିତ କରିଥିଲେ । "ଶ୍ରେଷ୍ଠ ପାଠଚକ୍ର ସମ୍ପାଦିକା’ ଭାବେ ସ୍ୱାତୀ ସ୍ୱାଗତିକା ବାରିକ, କଳ୍ପିତା ଦାସ, ହୀରାଦ୍ଦି ରାୟଙ୍କୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ କରିଥିଲେ । ୨୦୨୪ ଶେଷ ବର୍ଷ ବିଶ୍ୱ ବିଦ୍ୟାଳୟ ପରୀକ୍ଷାରେ ପ୍ରାଣୀ ବିଜ୍ଞାନରେ ସର୍ବୋଚ୍ଚ ନମ୍ବର ରଖିଥିବା ଶ୍ରଦ୍ଧାଞ୍ଜଳି ସାହୁ, ପ୍ରିୟଦର୍ଶିନୀ ଜେନା ଓ ରୋଜିରାଣୀ ପରିଡ଼ାଙ୍କୁ ମୁଖ୍ୟ ଅତିଥି ଉପଢୌକନ ଓ ଟ୍ରଫି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ଉତ୍ସବକୁ ପାଠଚକ୍ରର ଉପଦେଷ୍ଟା ପ୍ରିୟଦର୍ଶିନୀ ଦାସ, ସହ ଉପଦେଷ୍ଟା ଡ.ବିକାଶ କୁମାର ମହାନ୍ତି, ପୀତବାସ ପଣ୍ଡା, ସହ ସମ୍ପାଦିକା ପ୍ରୀତିପ୍ରଜ୍ଞା ଦାସ, ଶୁଭଲଷ୍ମୀ ଶତପଥୀ ଓ ଛାତ୍ର ଦେବୀ ପ୍ରସାଦ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ପାଠଚକ୍ର ସମ୍ପାଦିକା ହୀରାଦ୍ଦି ରାୟ ଓଡିଶୀ ନୃତ୍ୟ ପରିବେଷଣ କରିଥିଲା ବେଳେ ଉପଦେଷ୍ଟା ସୋମନାଥ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ, ପ୍ରାକ୍ତନ ସଂମ୍ମାନ ଛାତ୍ର ଛାତ୍ରୀ ଏବଂ ସେମାନଙ୍କର ପିତାମାତା ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ କଣ୍ଠଶିଳ୍ପୀ ସାଇଶ୍ରୀ ପୃଷ୍ଟିଙ୍କ ସଂଗୀତ ନିଦେ୍ର୍ଦଶନାରେ ପାଠଚକ୍ରର ଛାତ୍ରଛାତ୍ରୀ ସମୀକ୍ଷା ଦାସ, ଶୈଳେନ୍ଦ୍ର ଜେନା ଓ ସମ୍ବିତ ଶୁଭଙ୍କର ଦାସ "ବନେ୍ଦ ଉକôଳ ଜନନୀ’ ସଂଗୀତ ଗାନ କରିଥିଲେ ।