୩ରେ ଶ୍ରୀଜୟଦେବ ଉତ୍ସବ ଓ ବର୍ଷା କବିତା ଆସର

 ଯାଜପୁର: କୋରେଇ ମଣ୍ଡଳ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସମିତର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆହୂତ ବୈଠକର ନିଷ୍ପତି ଅନୁଯାୟୀ ଅଗଷ୍ଟ ମାସ ୩ତାରିଖ ସଂସଦର ଶ୍ରୀଜୟଦେବ ଉତ୍ସବ ହେବା ନିମନ୍ତେ ଏକ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି । ଉତ୍ସବ ସାଢେ ୯ଟାରୁ ମୃତୁ୍ୟଞ୍ଜପୁର ହିଙ୍ଗୁଳା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ । ଏହି ଅବସରରେ କବିତା ପାଠ, ପୁସ୍ତକ ଲୋକାର୍ପଣ, ସମ୍ବର୍ଦ୍ଧନା ପର୍ବ ଓ ଆଲୋଚନଚକ୍ର ଅନୁଷ୍ଠିତ ହେବ । ଅନୁଷ୍ଠିତ ଉତ୍ସବରେ ଚଳିତ-୨୦୨୫ ପାଇଁ ପ୍ରମାଣିକ ଚଳଚିତ୍ର ନିର୍ମାତା ତଥା ନିଦେ୍ର୍ଦଶକ ହିତେଶ ମହାପାତ୍ରଙ୍କ ‘ଶ୍ରୀ ଜୟଦେବ ସମ୍ମାନ’ପ୍ରଦାନ କରାଯିବ । ଏଥିସହିତ ସିନେମା ଓ ଯାତ୍ରା ପତ୍ରିକାର ସଂପାଦକ ଜୀବନ କୃଷ୍ଣ ପାଢୀଙ୍କୁ ‘କିଶୋର ଚନ୍ଦ୍ର ଦାସ କାଳ ସମ୍ମାନ’ ଓ ପାଲା ଗାୟକ ଚନ୍ଦ୍ରମଣି ସାହୁଙ୍କ ‘ଗାୟକ ନଟରାଜ କଳା ସମ୍ମାନ’ ପ୍ରଦାନ କରାଯିବା ସହ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ ସାହିତ୍ୟ ପୁରସ୍କାର ବିଜେତା ଡକ୍ଟର ରାଜକିଶୋର ପାଢୀ ଏବଂ ପ୍ରାମାଣିକ ଚଳଚିତ୍ର ନିର୍ମାଣକରି ମର୍ଯ୍ୟଦା ଜନକ ଦାଦା ସାହେବ,ଫାଲ୍ ପୁରସ୍କାର ବିଜେତା ହୋଇଥିବା ନିର୍ମାତା ଡକ୍ଟର ଅଭୟ ପତି ଓ ନିଦେ୍ର୍ଦଶ ପ୍ରଣବ ଆଏଚ୍ଙ୍କୁ ‘ଅଭିନନ୍ଦନ ସମ୍ବର୍ଦ୍ଧନା’ ପ୍ରଦାନ କରାଯିବ ସଂସଦର ସମ୍ପାଦକ ପଣ୍ଡିତ ଡ. ସୂର୍ଯ୍ୟମଣି ଖୁଟିଆ ଓ ସଭାପତି ନନ୍ଦକିଶୋର ସିଂହ ସୂଚନା ଦେଇଛନ୍ତି ।